Below header

ଛତିଶଗଡ଼: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଉଡ଼ିଲା ବସ୍, ୫ ଯବାନ ସହିଦ‌

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ହମ୍‌ଲା । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୫ ଜଣ ସହିଦ ହୋଇଥିବା ବେଳେ ଅନ୍ୟ ୮ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ଦେଇଛନ୍ତି ବସ୍ତର ଡିଆଇଜି। ନାରାୟଣପୁର ଜିଲ୍ଲା କଡେନାର ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନଙ୍କ ବସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ମାଓ ଦମନ ପାଇଁ ଏକ ପୋଲିସ ବସରେ ୨୪ ଜଣ ଡିଆରଜି ଯବାନ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ଏକ କଲଭର୍ଟରେ ବିପୁଳ ବିସ୍ଫୋରକ ଭର୍ତ୍ତି ଲ୍ୟାଣ୍ଡମାଇନ୍‌ ଖଞ୍ଜି ଥିଲେ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୋଲିସ ବସଟି ୨୦ରୁ ୩୦ ଫୁଟ ଉପରକୁ ଉଠି ଯାଇଥିଲା । ଏହି ଘଟଣା ପରେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି । ଆହତମାନଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.