Below header

ସାଂସଦଙ୍କ ଆଦର୍ଶ ଗ୍ରାମ ଯୋଜନା, ଦଶପଲ୍ଲା ରସାଙ୍ଗ ପଞ୍ଚାୟତ ଦେଶରେ ତୃତୀୟ ସ୍ଥାନ ଅଧିକାର କଲା

ଭୁବନେଶ୍ୱର : କନ୍ଧମାଳ ସାଂସଦଙ୍କ ଆଦର୍ଶ ଗ୍ରାମ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ଗ୍ରାମଟି ରହିଛି କନ୍ଧମାଳ ସଂସଦୀୟ କ୍ଷେତ୍ରର ଦଶପଲ୍ଲା ଅନ୍ତର୍ଗତ ରସାଙ୍ଗ ଗ୍ରାମ ପଞ୍ଚାୟତରେ । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ଦେଶର ୪୨ଟି ଗ୍ରାମ ପଞ୍ଚାୟତକୁ ନେଇ କରାଯାଇଥିବା ଏହି ର‍୍ୟାଙ୍କିଙ୍ଗରେ ଗଣିଆ ବ୍ଲକ୍ର ରସାଙ୍ଗ ଗ୍ରାମ ପଞ୍ଚାୟତ ୮୨.୮୩ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛି । ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ତାଙ୍କ ସଂସଦୀୟ କ୍ଷେତ୍ରର ଏହି ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିଥିଲେ ।

ଏହି ଗ୍ରାମ ପଞ୍ଚାୟତରେ ଭିତ୍ତିଭୂମି, ପରିବେଶ, ଅର୍ଥନୀତି ଓ ଲୋକଙ୍କ ଜୀବନ ଜୀବିକାର ଉନ୍ନତି ନେଇ ସାଂସଦ ବ୍ୟକ୍ତଗତ ଭାବେ ତଦାରଖ କରିଆସ୍‌ଥିଲେ । ୧୨ଟି ବିଭିନ୍ନ କ୍ଷେତ୍ରକୁ ଅନୁଧ୍ୟାନ କରାଯାଇ ଦେଶର ପଞ୍ଚାୟତଗୁଡି଼କର ର‍୍ୟାଙ୍କିଙ୍ଗ କରାଯାଇଥିଲା । ଦେଶର ମୋଟ ୧୭ଟି ଗ୍ରାମ ପଞ୍ଚାୟତ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ କନ୍ଧମାଳ ସଂସଦୀୟ କ୍ଷେତ୍ରର ନୟାଗଡ଼ ଜିଲ୍ଲା ରସାଙ୍ଗ ପଞ୍ଚାୟତ ତୃତୀୟ ସ୍ଥାନରେ ରହିଛି । ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।

ସାଂସଦ ଡ. ସାମନ୍ତଙ୍କ ଉଦ୍ୟମ ଯୋଗୁଁ ରସାଙ୍ଗ ଆଦର୍ଶ ଗ୍ରାମ ଯୋଜନାରେ ତୃତୀୟ ସ୍ଥାନରେ ଅଧିକାର କରିଛି ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.