Below header

ବିବାହ ପୋଷାକରେ ୯ ମାସ ଧରି ୩୩ଟି ଦେଶ ଭ୍ରମଣ କଲେ ନବଦମ୍ପତି, ପ୍ରତ୍ୟେକ ଗନ୍ତବ୍ୟସ୍ଥଳରେ ଉଠାଇଲେ ୩୩ଟି ଫଟୋ

କୁହାଯାଏ, ଶାଦି କା ଜୋଡ଼ା ବା ବିବାହ ପୋଷାକ ସବୁ ଦମ୍ପତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। ସ୍ୱାମୀ-ସ୍ତ୍ରୀ ତାଙ୍କ ଜୀବନକାଳରେ କେବଳ ଗୋଟିଏ ଥର ହିଁ ବିବାହ ପୋଷାକ ପିନ୍ଧିଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ନବବିବାହିତ ଦମ୍ପତିଙ୍କ କାହାଣୀ କହିବୁ, ଯେଉଁଠି କନ୍ୟା ୩୩ଥର ନିଜ ବିବାହ ପୋଷାକ ପିନ୍ଧିଛନ୍ତି।

m7

ଏହି ଦମ୍ପତି ୯ ମାସ ଧରି ବିଭିନ୍ନ ଦେଶ ପରିଭ୍ରମଣ କରି ବିବାହ ଉତ୍ସବ ମନାଇଛନ୍ତି। ସେମାନେ ଯେଉଁ ଯେଉଁ ସ୍ଥାନ ବୁଲିଥିଲେ, ସେଠି ନିଜ ବିବାହ ପୋଷାକରେ ଫଟୋ ଉଠାଇଥିଲେ। ନବଦମ୍ପତି ହେଲେ ନିକ୍‌ ଆଷ୍ଟ ଓ ଜୋ। ସେମାନେ ଆମେରିକା ନ୍ୟୁ ଜର୍ସିର ବାସିନ୍ଦା।

w1

ww

ଯୁବ ଦମ୍ପତି ଖୁବ୍‌ ଲମ୍ବା ସମୟ ଧରି ନିଜ ବିବାହ ଉତ୍ସବ ପାଳନ କରିଥିଲେ। ନବବିବାହିତ ଲଭ୍‌ବାର୍ଡସ ୨୦୧୮ରେ ୯ ମାସ ଧରି ବାର୍ସିଲୋନା, ଦୁବାଇ, ରୋମ୍‌, ଦ ଗ୍ରେଟ୍‌ ଓ୍ଵାଲ୍‌ ଅଫ୍‌ ଚାଇନା ଭଳି ଜାଗା ପରିଭ୍ରମଣ କରିଥିଲେ। ଏପରି କି, ସେମାନେ ମାଉଣ୍ଟ ଏଭେରେଷ୍ଟ ଯାଇ ସେଠି ମଧ୍ୟ ଫଟୋ ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.