Below header

୧୦ କୋଟିର ମୁଦି, ୨.୫ କୋଟିର ପର୍ସ, ୩୬ ଲକ୍ଷର ଡ୍ରେସ ପିନ୍ଧନ୍ତି ଡୋନାଲ୍ଡ ଟ୍ରମ୍ଫଙ୍କ ପତ୍ନୀ ମେଲାନିଆ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜ ପରିବାର ସହ ଏବେ ଭାରତ ଗସ୍ତରେ ଅଛନ୍ତି । ତାଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା, ଜୁଆଇଁ ବି ଭାରତ ଗସ୍ତରେ ଆସିଛନ୍ତି । ପତ୍ନୀ ମେଲାନିଆ ଅମେଟିକାର ପ୍ରଥମ ମହିଳା ବା ଫାଷ୍ଟ ଲେଡି । ୪୯ ବର୍ଷୀୟ ମେଲାନିଆ ଡୋନାଲ୍ଡଙ୍କ ତୃତୀୟ ପତ୍ନୀ । ଅଧିକାଂଶ ସମୟରେ ନିଜ ଡ୍ରେସିଂ ସେନ୍ସ ଓ ବିଗ ବ୍ରାଣ୍ଡସ ପାଇଁ ଚର୍ଚ୍ଚାରେ ରୁହନ୍ତି ଏହି ମହିଳା । ପାର୍ଟି ଲୁକ ଠାରୁ ଆରମ୍ଭ କରି ଫର୍ମାଲ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ବେଶ ଆକର୍ଷଣୀୟ ଅନ୍ଦାଜରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଆମେରିକାର ଏହି ଷ୍ଟାଇଲିସ ଲେଡି । ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କର ମହଙ୍ଗା ଗ୍ଲାମର ଷ୍ଟାଇଲ ବିଷୟରେ:

melania

– ଅଲତୁଜର, ଡେଳ୍ପଯୋ, ମେରୀ କାଟରାଂଟଯୁ ଓ ମାଇକେଲ କୋରେ ପରି ବ୍ରାଣ୍ଡସର ପରିଧାନ ଖୁବ ପସନ୍ଦ । ବ୍ରାଣ୍ଡସକୁ ନେଇ ଖୁବ ସୌଖିନ ରୁହନ୍ତି ଏହି ମହିଳା । ଚେକ ପ୍ୟାଣ୍ଟ ସହ ବ୍ଲାକ ଓଭରକୋଟ ତାଙ୍କର ଖୁବ ପସନ୍ଦ ।

– ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମେଲେନିଆ ପିନ୍ଧୁଥିବା ଜ୍ୟାକେଟର ମୂଲ୍ୟ ପାଖାପାଖି ୫୧, ୫୦୦ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୩୬ ଲକ୍ଷ ହେବ । ନିକଟରେ ଇଟାଲୀରେ ଅନୁଷ୍ଠିତ ହୋଇଥିବା ଜି -୭ ସବମିଟରେ ସେ ମଲଟିକଲରର ଏକ ଜ୍ୟାକେଟ ପିନ୍ଧିଥିଲେ ।

– ହେଲାସୀଙ୍କି ଠାରେ ଅନୁଷ୍ଠିତ ହୋଇଥିବା ଶିଖର ସମ୍ମେଳନରେ ମେଲେନିଆ ଏକ ହାଲୁକା ହଳଦିଆ ରଙ୍ଗର ଗୁଛି ପିନ୍ଧିଥିବା ନଜର ଆସିଥିଲେ । ଯାହାର ମୂଲ୍ୟ ପାଖାପାଖି ୨.୫ ଲକ୍ଷ ଟଙ୍କା ହେବ । ମେଳେନିଆ ପିନ୍ଧିଥିବା ଜୋତାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ।

Image result for melania trump

– ୨୦୧୭ ମସିହା ୟୁନାଇଟେଡ଼ ନେସନର ଏକ କାର୍ଯ୍ୟକ୍ରମରେ ଗୋଲାପୀ ରଙ୍ଗର ଏକ ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ମହିଳା । ୱାସିଂଟନ ଠାରେ ସ୍କୁଲ ପିଲାଙ୍କ ସହ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମେଲାନିଆ ଏକ ଫର୍ମାଲ ଚେକ ଡ୍ରେସ ପିନ୍ଧିଥିବା ନଜର ଆସିଥିଲେ ।

– ଏକ କାର୍ଯ୍ୟକ୍ରମରେ ମେଲାନିଆଙ୍କ ହାଲକା ନୀଳ ରଙ୍ଗର ଡ୍ରେସକୁ ସମସ୍ତେ ଖୁବ ପସନ୍ଦ କରିଥିଲେ । ଏହି ଫଟୋକୁ ନିଜ ଇଷ୍ଟଗ୍ରାମ ଆକାଉଣ୍ଟରେ ଛାଡ଼ି ସେ ନିଜକୁ ନେଇ ଖୁବ ଗର୍ବିତ ବୋଲି କ୍ୟାପ୍ସନ ଦେଇଥିଲେ । ୧୯୯୮ ମସିହାରେ ଏକ ପାର୍ଟିରେ ହିଁ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା । ସେମସମୟରେ ଡୋନାଲ୍ଡଙ୍କ ବୟସ ୫୨ ବର୍ଷ ଥିବା ବେଳେ ମେଲେନିଆଙ୍କ ବୟସ ୨୮ ବର୍ଷ ଥିଲା । ନିଜ ଏନଗେଜମେଣ୍ଟରେ ଡୋନାଲ୍ଡ ମେଲେନିଆଙ୍କୁ ୧.୫ ମିଲିୟନ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୦,୭୭,୬୩,୦୭୫ କୋଟି ଟଙ୍କାର ଏକ ଡାଇମଣ୍ଡ ରିଂଗ ପିନ୍ଧେଇଥିଲେ ।

new one

– ଭାରତ ଗସ୍ତ ସମୟର ନିଜ ଖାସ ପୋଷାକକୁ ମେଲେନିଆ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଧଳା ରଙ୍ଗର ଜମ୍ପ ସୁଟ ଉପରେ ଏକ ବନାରସୀ ବେଲ୍ଟ ପିନ୍ଧିଥିବା ନଜର ଆସିଥିଲେ ମେଲାନିଆ । ଏହାସହ ଖୁବ ଶାଳୀନତାର ସହ ଆମେରିକାର ପ୍ରଥମ ମହିଳା ଭାରତ ଭୂମିରେ ପାଦ ଥାପିଥିଲେ । ସେ ଯେତିକି ଦାମୀ ଡ୍ରେସ ପିନ୍ଧନ୍ତି ସେ ଅନୁଯାୟୀ ଦାମୀ ପର୍ସ ବି ନିଜ ସହ ରଖନ୍ତି । ସେ ଧରୁଥିବା ଗୋଟେ ପର୍ସର ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କା ହେବ । ଯାହାକୁ ହ୍ୱାଇଟ ହିମାଲୟା ବିର୍କିଂନ ବୋଲି କୁହାଯାଏ । ଯେଉଁଥିରେ ୧୮ କ୍ୟାରେଟ ହାର୍ଡ ବେୟାର ଉପରେ ୨୪୦ ରୁ ବି ଅଧିକ ହୀରା ଖଚିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.