ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଔପଚାରିକ ସ୍ୱାଗତ: ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ପତ୍ନୀଙ୍କ ସହ ଦେଲେ ଶ୍ରଦ୍ଧାଞ୍ଜଳି, ଏବେ ଚାଲିଛି ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ହାଇଦ୍ରାବାଦ୍‌ ହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ଚାଲିଛି । ଏଥିରେ ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସମ୍ବନ୍ଧୀୟ ଆଲୋଚନା ହେଉଛି । ୩ଶହ କୋଟି ଡଲାର ପ୍ରତିରକ୍ଷା ଚୁକ୍ତି ଘୋଷଣା ସମ୍ଭାବନା ।

trumpଏହା ପୂର୍ବରୁ ଆଜି ଭାରତ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଥମେ ରାଷ୍ଟ୍ରପତି ଭବନ ଯାଇଥିଲେ । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଆମେରିକା ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ଏହା ପରେ ଭାରତ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟିଥିଲେ ଟ୍ରମ୍ପ । ରାଷ୍ଟ୍ରପତି ଭବନରୁ ସିଧା ରାଜଘାଟ ଯାଇଥିଲେ ଟ୍ରମ୍ପ । ପତ୍ନୀଙ୍କ ସହ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭିଜିଟର ବୁକ୍‌ରେ ଦସ୍ତଖତ କରିଥିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ଏହା ସହ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ରାଜଘାଟରେ ଏକ ଗଛ ଲଗାଇଥିଲେ ।

 

Leave A Reply

Your email address will not be published.