ଜୁଆ ଖେଳିବାକୁ ପଇସା ଦେଲେନି ବୋଲି ବାପା, ମାଆଙ୍କୁ ମୃତ୍ୟୁ ନିଦରେ ଶୁଆଇ ଦେଲା ପୁଅ, ଏହାପରେ ସବୁତକ ପଇସା ନେଇ ଖେଳିବାକୁ ଚାଲିଗଲା ଜୁଆ

ଲଣ୍ଡନରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ପୁଅ ନିଜ ବାପା, ମାଆଙ୍କୁ ଅତି ନିର୍ମମ ଭାବେ ବ୍ୟାଟରେ ପିଟି ପିଟି ହତ୍ୟା କରିଛି। ତେବେ ହତ୍ୟାର କାରଣ ଏହା ଯେ ବାପା, ମାଆ ପୁଅକୁ ଜୁଆ ଖେଳିବାକୁ ପଇସା ଦେଉ ନ ଥିଲେ, ଯାହାକୁ ନେଇ ପୁଅ ରାଗି ଯାଇଥିଲା ଏବଂ କ୍ରୋଧରେ ଏଭଳି ନାରକୀୟ କାଣ୍ଡ ଘଟାଇଛି।

ରିପୋର୍ଟ ମୁତାବକ, ବାପା, ମାଆଙ୍କ ଘରକୁ ଯେତେବେଳେ ଝିଅ ବୁଲିବାକୁ ଆସିଥିଲା, ତ ସେ ଦେଖିବାକୁ ପାଇଲା ଯେ ଭିତର ପଟୁ କବାଟ ବନ୍ଦ ରହିଛି। ଫଳରେ ଝରକା ପଟେ ଦେଖିଲା ବେଳକୁ ବାପା ଏକ ଚେୟାରରେ ବନ୍ଧା ହୋଇ ଅଛନ୍ତି ଏବଂ ତାଙ୍କ ମୁହଁରେ ପ୍ଲାଷ୍ଟିକ କଭର ରହିଛି। ଛାତି ସାରା କେବଳ ରକ୍ତ ହିଁ ରକ୍ତ। ସେହିପରି ମାଆ ମଧ୍ୟ ତଳେ ପଡ଼ିଛନ୍ତି। ଏହା ଦେଖି ଝିଅ ପୂରା ଡରି ଯାଇଥିଲା ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲା।

ପୋଲିସ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା। ଏହାପରେ ଜଣା ପଡ଼ିଥିଲା କି, ମାଆ, ବାପାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ବ୍ୟାଟ ଓ ଏକ ଛୁରି ଜବତ କରିଛି। ପୋଲିସ ସୂଚନା ମୁତାବକ, ପୁଅ ଏଭଳି କାଣ୍ଡ ଘଟାଇଛି। ହତ୍ୟା ପରେ ସେ ପଇସା ନେଇ ଜୁଆ ଖେଳିବାକୁ ଚାଲିଯାଇଛି।

ଅଭିଯୋଗକାରିଣୀ ଭଉଣୀ କହିଛନ୍ତି କି, ତାଙ୍କ ଭାଇ କିଛି ଦିନ ହେବ ଫେସବୁକରେ ଦୁଃଖଭରା ଏବଂ ମାଆ, ବାପାଙ୍କ ବିରୋଧରେ ପୋଷ୍ଟ କରି ଆସୁଥିଲା। ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେଠାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଡବଲ ମର୍ଡର ନେଇ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.