ଗୁରୁତର କୋଭିଡ଼ ରୋଗୀଙ୍କ ପାଇଁ ECMOର ପଡୁଛି ଆବଶ୍ୟକତା , ରାଜ୍ୟକୁ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି

କେନ୍ୟୁଜ୍(ବ୍ୟୁରୋ): ECMO ମେସିନରେ ବ୍ୟବହାର ଦେଶରେ କମ ରହିଥିଲା । ସମଗ୍ର ଦେଶରେ ୨୧ଟି ପଞ୍ଜିକୃତ ECMO ୟୁନିଟ ଅଛି । ବର୍ତ୍ତମାନ କୋଭିଡ଼ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢ଼ିଯାଇଛି । ତେଣୁ ରାଜ୍ୟରେ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଯାହାକି କଟକ ଏସସିବିରେ ରହିବ । ECMO ୟୁନିଟ ଚଳାଇବା ପାଇଁ ମାନବ ସମ୍ବଳର ମଧ୍ୟ ଅଭାବ ରହିଥିବା କହିଛନ୍ତି ଡିଏମଇଟି ସି ବି କେ ମହାନ୍ତି । ଗୁରୁତର କୋଭିଡ ସଂକ୍ରମିତଙ୍କ ଚିକିତ୍ସାରେ ଇସିଏମଓ ବ୍ୟବହାର ଆଶାନୁରୂପ ସଫଳ ଦେଖାଇଛି।

ecmo

 

କୋଭିଡରେ ଗୁରୁତର ସଂକ୍ରମିତଙ୍କ ହାର୍ଟ ଓ ଫୁସ୍‌ଫୁସ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥାଏ। ଏଭଳି ସ୍ଥିତିରେ ଇସିଏମଓର ବ୍ୟବହାର ଶରୀର ବାହାରେ ସେମାନଙ୍କ କୃତ୍ରିମ ହାର୍ଟ ଓ ଫୁସ୍‌ଫୁସ ଭଳି କାର୍ଯ୍ୟ କରିଥାଏ। ଏହା ସଂକ୍ରମିତଙ୍କ ରକ୍ତରୁ କାର୍ବନ ଡାଇଅକ୍ସାଇଡକୁ ହଟାଇ ଅକ୍ସିଜେନ ପହଞ୍ଚାଇଥାଏ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.