ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଜୋର ଧରୁଛି ରାଜନୀତି, ବିଜେଡି କହିଲା କୁଆଡେ ଗଲା ଆଚ୍ଛେଦିନ୍

କେନ୍ୟୁଜ୍(ବ୍ୟୁରୋ):  ବେଲଗାମ ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଦର ୯୬ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ୯୪ ଟଙ୍କା ରହିଛି । ଗତବର୍ଷ ଏପ୍ରିଲ ଠାରୁ ପେଟ୍ରୋଲ ଲିଟର ଦର ୨୭ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ଦର ୨୭ଟଙ୍କା ୩୦ ପଇସା ବଢ଼ିଛି । ଏଭିତରେ ୭ଟି ରାଜ୍ୟରେ ପେଟ୍ରୋଲ ଲିଟର ଶହେ ଟଙ୍କା ପାର କଲାଣି ।.

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡି । ଲଗାତାର ଭାବେ ୧୬ଥର ତୈଳ ଦର ବୃଦ୍ଧି ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିଛି। ଆଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦକୁ ବିଜେଡି ଆହୁରି ଶାଣିତ କରିବ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ସେପଟେ ବିଜେଡି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । କହିଛି ତୈଳ ଟିକସ ବାବଦରେ ରାଜ୍ୟ ସରକାର ୭୦ ପ୍ରତିଶତ ଅର୍ଥ ପାଉଛନ୍ତି । ରାଜ୍ୟ ସରକାର ନିଜର ଟ୍ୟାକ୍ସ କମାନ୍ତୁ । ଫଳରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି କହିଛି ବିଜେପି । ସେପଟେ କେନ୍ଦ୍ର ଉପରେ ମଧ୍ୟ ବର୍ଷିଛି କଂଗ୍ରେସ ।

ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି । ଯାହାକି ଜନସାଧାରଣଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.