Below header

ଦୁନିଆର ସବୁଠାରୁ ଘାତକ ‘ବୁଲଡଗ’ ପିମ୍ପୁଡ଼ି! ଦାନ୍ତରେ ରହିଛି ଏମିତି ବିଷ, ୧୫ ମିନିଟ ଭିତରେ ହିଁ ହୋଇଥାଏ ମଣିଷର ମୃତ୍ୟୁ

କ’ଣ ଆପଣ କେବେ ଶୁଣିଛନ୍ତି ଏମିତି ଭୟଙ୍କର ପିମ୍ପୁଡ଼ି ବିଷୟରେ, ଯିଏ କାମୁଡ଼ି ଦେଲେ ମଣିଷର ମୃତ୍ୟୁ ହୋଇଯାଏ? ଏହା କୌଣସି ଗୁଜବ ନୁହେଁ, ବରଂ ସତ। ଏତିକି ନୁହେଁ, ଏହି ପିମ୍ପୁଡ଼ି ନାଁରେ ଗିନିଜ ୱାର୍ଲଡ ରେକର୍ଡ ମଧ୍ୟ ଅଛି। ଦୁନିଆର ସବୁଠାରୁ ଭୟଙ୍କର ପିମ୍ପୁଡ଼ିର ନାଁ ବୁଲଡଗ ପିମ୍ପୁଡ଼ି, ଯାହାର ବୈଜ୍ଞାନିକ ନାମ Myrmecia Pyriformis।

ଏହି ପ୍ରଜାତିର ପିମ୍ପୁଡ଼ି ଅଧିକ ସଂଖ୍ୟାରେ ଅଷ୍ଟ୍ରେଲିଆର କୋଷ୍ଟାଲ ଅଞ୍ଚଳରେ ଦେଖାଯାଆନ୍ତି। ବୁଲଡଗ ପିମ୍ପୁଡ଼ି କାହାକୁ ଆକ୍ରମଣ କଲେ ନିଜର ଦାନ୍ତ ଓ ଗୋଡ଼କୁ ଏକ ସାଥୀରେ ବ୍ୟବହାର କରିଥାଏ। ଏହି ପିମ୍ପୁଡ଼ି ମଣିଷ ପାଇଁ ଏକଦମ ଘାତକ ହୋଇଥାଏ। ବୁଲଡଗ ପିମ୍ପୁଡ଼ିର ଆକ୍ରମଣରେ ୧୯୩୬ ମସିହାଠାରୁ ଏ ପର୍ଯ୍ୟନ୍ତ ୩ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଶେଷ ଲୋକର ମୃତ୍ୟୁ ୧୯୮୮ରେ ହୋଇଥିଲା। ସେ ଜଣେ ଚାଷୀ ଥିଲେ।

ଏହି ପିମ୍ପୁଡ଼ିର ଖାସ କଥା ହେଉଛି, ଅନ୍ୟ ପିମ୍ପୁଡ଼ି ତୁଳନାରେ ଏହା ଅଧିକ ବେଗରେ ଚାଲିଥାଏ। ଏହାର ଦାନ୍ତରେ ଏହାପ୍ରକାର ବିଷ ରହିଥାଏ, ଯାହାକି ଶରୀର ଭିତରକୁ ଗଲେ ୧୫ ମିନିଟ ଭିତରେ ହିଁ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ।  ଏହି ପିମ୍ପୁଡ଼ିର ଲମ୍ବା ୨୦ ଏମଏମ, ଓଜନ ୦.୦୧୫ ଗ୍ରାମ ହୋଇଥିବା ବେଳେ ଏମାନେ ୨୧ ଦିନ ପର୍ଯ୍ୟନ୍ତ ଜୀବନଧାରଣ କରି ପାରନ୍ତି। ୧୭୯୩ରେ ଏହି ଭୟଙ୍କର ପିମ୍ପୁଡ଼ିର ପ୍ରଥମେ ସନ୍ଧାନ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.