Below header

ଜବ ଇଣ୍ଟରଭ୍ୟୁ ପୂର୍ବରୁ ମହିଳା ଲଗାଇଲେ ଫେସ ମାସ୍କ, ଚେହେରା ହୋଇଗଲା ସବୁଜ, କୌଣସି ବି ପରିସ୍ଥିତିରେ ରଙ୍ଗ ନ ହଟିବାରୁ ଭିଡିଓ ସେୟାର କରି ମାଗିଲେ ସାହାଯ୍ୟ

ଯେତେବେଳେ ବି ଆପଣ କୌଣସି ଇଣ୍ଟରଭ୍ୟୁକୁ ଯାଆନ୍ତି, ତ ନିଜ ଚେହେରା ପ୍ରତି ବିଶେଷ ଧ୍ୟାନ ରଖନ୍ତି। ତାହା ଅନଲାଇନ ମିଟିଂ ହେଉ ବି ଫେସ ଟୁ ଫେସ। ଆପଣଙ୍କୁ ସେଠି ଜବ ମିଳୁ କି ନ ମିଳୁ, ସେହି ଦିନକୁ ଆପଣ ବହୁତ ବଡ଼ ଦିନ ବୋଲି ମାନିଥାନ୍ତି। ହେଲେ ଏଠି ଜଣେ ମହିଳାଙ୍କୁ ଏକ ଅଜବ ଘଟଣାର ସାମ୍ନା କରିବାକୁ ପଡ଼ିଛି।

ଖବର ମୁତାବକ, ଜବ ଇଣ୍ଟରଭ୍ୟୁର ଠିକ ପୂର୍ବରୁ ମହିଳା ଜଣକ ନିଜ ଚେହେରାରେ ଫେସ ମାସ୍କ ଲଗାଇଥିଲେ, ଯେପରି ଇଣ୍ଟରଭ୍ୟୁରେ ତାଙ୍କ ଲୁକ ବଢ଼ିଆ ଦେଖାଯିବ। କିନ୍ତୁ ଏହି ଗ୍ରୀନ ଫେସ ମାସ୍କରୁ ଫେୟାରନେସର କୌଣସି ଫାଇଦା ମିଳି ନ ଥିଲା। ଓଲଟା ତାଙ୍କ ମୁହଁରେ ସବୁଜ ରଙ୍ଗ ରହିଯାଇଥିଲା। ଏହାକୁ ହଟାଇବା ପାଇଁ ମହିଳା ବହୁତ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ସଫଳ ହୋଇପାରି ନ ଥିଲେ।

ମହିଳା ଜଣକ ଜଣେ ଟିକଟକ ୟୁଜର୍ସଙ୍କ କ୍ଲୋରୋଫିଲ ଫେସ ମାସ୍କର ଭିଡିଓ ଦେଖିବା ପରେ ଏହାକୁ ନିଜ ଉପରେ ଆପ୍ଲାଏ କରିଥିଲେ, ଯାହାର ଫଳାଫଳ ଏବେ ତାଙ୍କୁ ଭୋଗିବାକୁ ପଡ଼ିଛି। ତେବେ ମହିଳା ନିଜ ଚେହେରାରୁ ଏହି ସବୁଜ ଦାଗ ହଟାଇବା ପାଇଁ କେତେଜଣଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲେ।

ଭିଡ଼ିଓ ସେୟାର କରି ସେ କ୍ୟାପସନ ଲେଖିଥିଲେ ଯେ ‘କାଲି ବ୍ୟାଙ୍କ ଅଫ ଆମେରିକାରେ ଜବ ଇଣ୍ଟରଭ୍ୟୁ ଅଛି। କ’ଣ କାହା ପାଖରେ କିଛି ଆଇଡିଆ ଅଛି କି, କେମିତି ମୁଁ ଏହାକୁ ହଟାଇ ପାରିବି? କୌଣସି ବି ପରିସ୍ଥିତିରେ ଏହାକୁ ଛଡ଼ାଇବା ମୁସ୍କିଲ ହୋଇଗଲାଣି। ମୋତେ ସାହାଯ୍ୟ ଆବଶ୍ୟକ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.