Below header

କଚ୍ଛା ସାଇଜ ଛୋଟ ହେବାରୁ ଟେଲରଙ୍କ ବିରୋଧରେ ଅଭିଯୋଗ, କୋର୍ଟରେ ମାମଲା

ଦୁନିଆରେ ପ୍ରତ୍ୟେକ ଦିନ ଅନେକ ଅଦ୍ଭୁତ ଘଟଣା ଘଟୁଛି। ଯାହା ବିଷୟରେ ଜାଣି ଆପଣ ମାନେ ନିଶ୍ଚିତ ଚକିତ ହେଉଥିବେ। କରୋନା ସମୟରେ ଲୋକେ ବିଭିନ୍ନ ଅଦ୍ଭୁତ କାମରେ ମାତିଛନ୍ତି। ବେଳେ ବେଳେ ଅଦ୍ଭୁତ ଘଟଣା ପାଇଁ ମଧ୍ୟ ଲୋକେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସର୍ବସମ୍ମୁଖକୁ ଆସିଛି। ସାମାନ୍ୟ ଏକ କଚ୍ଛା ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

44

ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ କଚ୍ଛା ତିଆରି କରିବାକୁ ୨ ମିଟର କପଡା ଏକ ଟେଲର ଦୋକାନୀଙ୍କୁ ଦେଇଥିଲେ। ମାତ୍ର ଅଭିଯୋଗକାରୀ କହିବା କଥା ଦୋକାନୀ କଚ୍ଛା ଛୋଟ କରିଦେଇଥିଲେ। ସେ ଏହାକୁ ପୁଣିଥରେ ବଡକରି ସିଲେଇ କରିବାକୁ କହିବାରୁ ଏଥିପାଇଁ ଦୋକାନୀ ମନା କରିଦେଲେ। ତେଣୁ କୃଷ୍ଣ କୁମାର ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ଥାନା ଅଧିକାରୀ ରାକେଶ ଶ୍ରୀବାସ୍ତବ କହିଛନ୍ତି, ସେ ଏଭଳି ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଛନ୍ତି। ଏହାପରେ ସେମାନଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.