ମୋ’ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିବି ନାହିଁ : ଡୋନାଲ୍ଡ ଟ୍ରମ୍ଫ

ଗୋଟେ ପଟେ ବିଶ୍ୱବ୍ୟାପୀ ମହାମାରୀ କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏକ ଅଜବ ଘୋଷଣା କରିଛନ୍ତି ।  ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ଅନୁଯାୟୀ, କରୋନା ସଂକ୍ରମଣ ରୋକିବା ନେଇ ସେ ନିଜ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ କେବେ ମଧ୍ୟ ଆଦେଶ ଦେବେ ନାହିଁ ।  ଏକ ନ୍ୟୁଜ ଚ୍ୟାନେଲକୁ ଦେଉଥିବା ସାକ୍ଷାତକାର ସମୟରେ ହିଁ ଟ୍ରମ୍ଫ ଏହି ଘୋଷଣା କରିଛନ୍ତି ।  ଆଉ ତାଙ୍କ ଅନୁଯାୟୀ କରୋନା ରୋକିବା ନେଇ ମାସ୍କ ବ୍ୟବହାର କରିବାର କୌଣସି ବିଶେଷ ଭୂମିକା ନାହିଁ ।  ସେ ଏହା ଉପରେ ଜମା ବି ବିଶ୍ୱାସ କରନ୍ତି ନାହିଁ ।  ଟ୍ରମ୍ଫଙ୍କ କହିବା ଅନୁଯାୟୀ ସାଧାରଣ ଜନତାଙ୍କୁ କିଛିଟା ସ୍ୱାଧୀନତା ଦେବା ଆବଶ୍ୟକ ।  ଗୋଟେ ପଟେ କରୋନା ବିଶ୍ୱକୁ କବଳିତ କରି ଚାଲିଥିବା ବେଳେ ଡୋନାଲ୍ଡ ଟ୍ରମ୍ଫ କିନ୍ତୁ ମାସ୍କ ଉପରେ ଏପରି ଏକ ବାର୍ତ୍ତା ସମସ୍ତଙ୍କୁ ଚକିତ କରିଦେଇଛି ।

ବିଶ୍ୱ ମହାମାରୀ ଭାବେ ଘୋଷିତ ହୋଇଥିବା ମାରାତ୍ମକ କରୋନା ଭାଇରସରେ ଏଯାବତ ୧ ଲକ୍ଷ ୩୯ ହଜାରରୁ ଉର୍ଦ୍ଦ୍ୱ ଲୋକ ପ୍ରାଣ ହରାଇ ସାରିଲେଣି ।  କହିରଖିବା ଉଚିତ ହେବକି, ଆମେରିକାରେ ମାସ୍କ ବ୍ୟବହାର କରିବା ଘଟଣାକୁ ନେଇ ଏକ ପ୍ରକାର ରାଜନୈତିକ ଉସ୍ମତା ଲାଗି ରହିଛି ।  ଏନେଇ ସେଠାକାର ବାସିନ୍ଦା ମାନେ ବି ଭିନ୍ନ ଭିନ୍ନ ମତ ଦେଉଥିବା ଦେଖାଦେଉଛି ।  ଗତ ଶନିବାର ପ୍ରଥମ ଥର ହିଁ ରାଷ୍ଟ୍ରପତି ଟ୍ରମ୍ଫ ସାର୍ବଜନିକ ସ୍ତରରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ ।  ମହାମାରୀ ଭାବେ ଘୋଷିତ ହୋଇଥିବା ମାରାତ୍ମକ କରୋନା ଭାଇରସରେ ଏଯାବତ ୧ ଲକ୍ଷ ୩୯ ହଜାରରୁ ଉର୍ଦ୍ଦ୍ୱ ଲୋକ ପ୍ରାଣ ହରାଇ ସାରିଲେଣି ।  ଏଯାବତ ୩୬ ଲକ୍ଷରୁ ଅଧିକ ବାସିନ୍ଦା ଏହା ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଛନ୍ତି ।

ଆମେରିକା ସ୍ଥିତ “ହପକିନ୍ସ ବିଶ୍ୱବିଦ୍ୟାଳୟର”ର ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ର ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏଯାବତ ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୮ ରେ ପହଂଚି ସାରିଛି ।  ଅନ୍ୟପକ୍ଷରେ ୧୦.୯୦ ଲକ୍ଷରୁ ଅଧିକ ଲୋକ ସୁସ୍ଥତା ଲାଭ କରିସାରିଲେଣି ।  ଆମେରିକା ସ୍ଥିତ ନ୍ୟୁଜର୍ସି ଓ ନ୍ୟୁୟର୍କ ଅଞ୍ଚଳବାସୀ କରୋନାରେ ଅଧିକ ପ୍ରଭାବିତ ହୋଇଛନ୍ତି ।  ଏହାବାଦ ମାସାଚୁସେଟ୍ସ , ମିଚିଗାନ, ଇଲିନିୟନସ, କାର୍ଲିଫର୍ଣ୍ଣିଆ ପରି ଅଂଚଳ ଗୁଡି଼କ ବି କୋଭିଡ଼-19ରେ ଅଧିକ ପ୍ରଭାବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.