କୁନି ପିଲାର ବଡ଼ ହୃଦୟ, ସାଇକେଲ୍ ମାଡ ହେବାରୁ ପାଖରେ ଥିବା ଟଙ୍କା ସହ କୁକୁଡାକୁ ନେଇ ପହଂଚିଲା ହସ୍ପିଟାଲରେ

ମିଜୋରାମର ଏକ ଛୋଟ ବାଳକଟି ନିଜର କୋମଳତା ଏବଂ ସହାନୁଭୂତି ପାଇଁ ଇଣ୍ଟରନେଟରେ ସମସ୍ତଙ୍କ ମନକୁ ଜିତିନେଇଛି। ସାଇରଙ୍ଗର ୬ବର୍ଷର ବାଳକ ଡେରାକ୍ ସି ଲାଲଚାନହିମା ଏକ କୁକୁଡାର ସାହାଯ୍ୟ କରିବା ପାଇଁ ଭାଇରାଲ ହୋଇଛନ୍ତି । ଯେଉଁ କୁକୁଡାଟି ଭୁଲ ବଶତଃ ତାର ସାଇକେଲ ଆଗକୁ ପଳାଇ ଆସିଥିଲା । ଏକ ପୋଷ୍ଟରେ ବାଳକଟିକୁ ଗୋଟେ ହାତରେ ଚିକେନ୍ ଏବଂ ଅନ୍ୟ ହାତରେ ୧୦ ଟଙ୍କିଆ ଏକ ନୋଟ ଧରିଥିବାର ଦେଖିବାକୁ ମିଳୁଛି । ଏହି ପୋଷ୍ଟଟିରେ ୧ଲକ୍ଷ ରିଚଡ୍ ଏବଂ ୧୦ହଜାରରୁ ଅଧିକ କମେଣ୍ଟ ମିଳିସାରିଲାଣି । ଏହି ଫଟୋଟିକୁ ବାଳକଟିର ବାପା ପ୍ରଥମେ ଅନଲାଇନରେ ସେୟାର କରିଥିଲେ । ଯାହାଙ୍କୁ ପ୍ରଥମେ ଏହି ଘଟଣା ବିଷୟରେ ଜଣାପଡିଥିଲା ।
ବାଳକଟିର ବାପାଙ୍କ କହିବା ମୁତାବକ, ତାଙ୍କ ପୁଅ ପଡୋଶୀର ଜଣେ ବାଳକ ସହିତ ଘରକୁ ଆସିଥିଲେ ଏବଂ କହିଥିଲେ କି ସେ ଭୁଲ୍ ବଶତଃ ଏକ କୁକୁଡାକୁ ଆହତ କରିଦେଇଛନ୍ତି । କିନ୍ତୁ ସେତେବେଳକୁ କୁକୁଡାଟି ମରିଯାଇଥିଲେ ସୁଦ୍ଧା ତାଙ୍କ ପୁଅ ଜାଣିପାରିନଥିଲେ ଏବଂ ନିଜ ବାପା ମାଙ୍କୁ କୁକୁଡାଟିକୁ ହସ୍ପିଟାଲ ନେଇଯିବାକୁ ଆକୁଳ ଗୁହାରୀ କରିଥିଲେ । ଏହାପରେ କୁକୁଡାଟିକୁ ହସ୍ପିଟାଲ ନେବାପରେ ସେଠାରେ ଥିବା ଏକ ନର୍ସ ପିଲାଟିର ମାନବିକତା ଏବଂ ନର୍ମତା ଭରିଥିବା ମୁହଁଟିକୁ ଦେଖି ଏକ ଫଟୋ ଉଠାଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।