Below header

ପୁଅ ଉପରେ ଟ୍ରୋଲରଙ୍କ ଏପରି କମେଣ୍ଟ ଦେଖି ରାଗ କଣ୍ଟ୍ରୋଲ୍ କରିପାରିଲେନି ସଲମାନଙ୍କ ଭଉଣୀ ଅର୍ପିତା , ଏପରି ଦେଲେ ଜବାବ

ସଲମାନ ଖାନ୍ କିଛି ଦିନ ପୂର୍ବରୁ ନିଜ ଭଣଜା ତଥା ଅର୍ପିତା ଖାନଙ୍କ ପୁଅ ଆହିଲ୍ ଶର୍ମାଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଜନ୍ମଦିନ ପାର୍ଟି ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସ୍ ରେ ପାଳନ କରାଯାଇଥିଲା । ପାର୍ଟିରେ ସଲମାନ ଡାନ୍ସ କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହି ଜନ୍ମଦିନର ଏକ ଭିଡିଓରେ କିଛି ୟୁଜର୍ସ ଖରାପ କମେଣ୍ଟ କରିଦେଇଥିଲେ । ଏହି ଭିଡିଓରେ ଆହିଲ୍ ଡାଇନିଙ୍ଗ ଟେବଲ ଉପରେ ବସିଥିଲେ । ସେତେବେଳେ ସଲମାନଙ୍କ ପିତା ସଲିଲ ଖାନ୍ କେକ୍ କାଟୁଥିଲେ । ଅର୍ପିତାଙ୍କ ଦ୍ବାରା ସେୟାର କରାଯାଇଥିବା ଏହି ଭିଡିଓକୁ ଫଟୋ ଜର୍ନାଲିଷ୍ଟ ବିରଲ ଭୟାନି ସେୟାର କରିଥିଲେ ।

ଦେଖନ୍ତୁ ଭିଡିଓ :

 

View this post on Instagram

 

Cute ❤️❤️❤️ nana #salimkhan celebertes baby #ahilsharma birthday

A post shared by Viral Bhayani (@viralbhayani) on


ଏହି ଭିଡିଓରେ ଜଣେ ବ୍ୟକ୍ତି କମେଣ୍ଟ କରିଥିଲେ କି ‘ଏହି ଛୁଆ ପୋଲିଓର ଶିକାର ହୋଇଥିବା ଭଳି ଲାଗୁଛି ।’ ଏହି କମେଣ୍ଟକୁ ଦେଖି ଅର୍ପିତା ନିଜର ରାଗ କଣ୍ଟ୍ରୋଲ କରିପାରିନଥିଲେ ଏବଂ ସେ ଟ୍ରୋଲରକୁ ନିଜର ଜବାବ ଦେଇଥିଲେ । ଅର୍ପିତା କହିଥିଲେ ‘ଆପଣ ବହୁତ ଖରାପ ଲୋକ ଲୋକ ଅଟନ୍ତି, ଅତିକମ୍ ରେ ଛୁଆମାନଙ୍କୁ ତ ନିଜର ନେଗେଟିଭିଟି କମେଣ୍ଟ ଠାରୁ ଦୂରେଇ ରଖନ୍ତୁ ।’ ଅର୍ପିତାଙ୍କର ଏହି କମେଣ୍ଟ ପରେ ସୋସିଆଲ୍ ମିଡିଆରେ ବହୁ ଲୋକ ତାଙ୍କୁ ସମର୍ଥନ କରିଥିଲେ । ଏହି ପରିପେକ୍ଷୀରେ ଜଣେ ୟୁଜର୍ସ ଲେଖିଥିଲେ କି ଏହି ଲୋକ ବେଲଜ୍ଜା ଅଟନ୍ତି, ଏମାନଙ୍କ କମେଣ୍ଟ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଏହାପରେ ଉକ୍ତ ଟ୍ରୋଲର ଜଣଭ୍କ ନିଜର କମେଣ୍ଟ ଡିଲିଟ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.