ମାତ୍ର ୯ ହଜାର ଟଙ୍କାରେ କଲିକତା, ବାରଣାସୀ ଏବଂ ଆହ୍ଲାବାଦ ସମେତ ବୁଲନ୍ତୁ ଏହି ଧାର୍ମିକ ସ୍ଥାନ, ଜାଣନ୍ତୁ କଣ ରହିଛି ଅଫର

ନୂଆ ଦିଲ୍ଲୀ: ଆପଣମାନେ ଯଦି ଖରା ଦିନ ଛୁଟି କାଟିବା ପାଇଁ ବାହାରକୁ ବୁଲିବା ପାଇଁ ଯିବାକୁ ପ୍ଲାନ କରୁଛନ୍ତି ତେବେ ଆପଣମାନଙ୍କ ପାଇଁ ଭଲ ଖବର ଆସିଛି। ଭାରତୀୟ ରେଳର କ୍ୟାଟେରିଙ୍ଗ ଆଣ୍ଡ ଟୁରିଷ୍ଟ କର୍ପୋରେସନ ଲିମିଟେଡ (IRCTC) ପକ୍ଷରୁ ଆପଣଙ୍କୁ  କଲିକତା, ବାରଣାସୀ, ପୁରୀ, କୋଣାର୍କ ଏବଂ ଆହ୍ଲାବାଦ ଭଳି ଧାର୍ମିକ ସ୍ଥାନ ବୁଲାଇବା ପାଇଁ ଏକ ସୁଯୋଗ ଦେଉଛି। ଏହି ବିଷୟରେ ଅଧିକ ଜାଣିବା ପାଇଁ ଭାରତୀୟ ରେଳ ମାଇକ୍ରୋବ୍ଲାଗିଗ୍ ୱେବସାଇଡ ଏବଂ ଟ୍ବିଟରରେ ପୋଷ୍ଟ କରିଛି। ଏହି ଯାତ୍ରାର ନାମ ‘ଆସ୍ଥା ତୀର୍ଥ କାଶୀ ଯାତ୍ରା’ ଏହା ୯ ରାତି ଏବଂ ୧୦ ଦିନ ପାଇଁ ରହିଛି।

varanasi

ଭାରତ ଦର୍ଶନ କରିବାର ଏହି ଯାତ୍ରା ମେ ୧ ରୁ ଆରମ୍ଭ ହୋଇ ମେ ୧୦ ପର‌୍ୟ୍ୟନ୍ତ ରହିବ। ମେ ୧ରେ ମଦୁରାଇରୁ ଯାତ୍ରା ଆରମ୍ଭ ହୋଇ ପୁରୀ, କୋଣାର୍କ, କଲିକତା, ଗୟା, ବାରଣାସୀ ଏବଂ ଆହ୍ଲାବାଦ ଆଦି ସ୍ଥାନ ଯାତ୍ରା କରିବା ସହ ପୁଣି ୧୦ ତାରିଖରେ ମଦୁରାଇରେ ଶେଷ ହେବ। ଏହି ପ୍ୟାକେଜରେ  ଲୋକମାନଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା ମଧ୍ୟ ରହିଛି।


ଯାତ୍ରା ପାଇଁ ସମୁଦାୟ ୯,୪୫୦ ଟଙ୍କା ଖର୍ଚ୍ଚ ହେବ। ୫ଟି ସହର ଯାତ୍ରା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୯,୪୫୦ ଟଙ୍କା ଦେବାକୁ ପଡ଼ିବ। ଏହା ମଧ୍ୟରେ ଜିଏସଟି ଶୁକ୍ଳ ମଧ୍ୟ ସାମିଲ ରହିଛି। ଏହି ପ୍ୟାକେଜରେ ମେଡିକାଲ ଖର୍ଚ୍ଚ ରହିବ ନାହିଁ। ଏହା ବ୍ୟତୀତ ମନ୍ଦିର ବା ତୀର୍ଥ ସ୍ଥାନ ମାନଙ୍କରେ ଲାଗୁଥିବା ଟିକେଟ୍ ଖର୍ଚ୍ଚ ମଧ୍ୟ ନିଜକୁ ବହନ କରିବାକୁ ପଡ଼ିବ।

visit