‘ରୋମିୟୋ ଆକବର ୱାଲଟର’ ଫିଲ୍ମ ପାଇଁ ଲୁକ୍ ବଦଳାଇଲେ ବଲିଉଡ ଅଭିନେତା ଜନ, ଦର୍ଶକ କହିଲେ ‘ଇଏ କିଏ’

ବଲିଉଡ଼ ଅଭିନେତା ଜନଆବ୍ରାହମ ଇଷ୍ଟାଗ୍ରାମରେ ନିଜର ଫିଲ୍ମ ‘ରୋମିୟୋ ଆକବର ୱାଲଟର’ ର ଏକ ମେକିଙ୍ଗ ଭିଡ଼ିଓ ଶେୟାର କରିଛନ୍ତି। ଏହି ଫିଲ୍ମର ଏକ ଚରିତ୍ର ପାଇଁ ତାଙ୍କୁ ପ୍ରୋସ୍ଥୋଟିକ ମେକଅପ ଜରିଆରେ ନୁଆ ଲୁକ୍ ଦିଆଯାଇଛି। ଖାସ୍ କଥା ହେଉଛି ଏହି ଲୁକ୍ ରେ ଅଧିକାଂଶ ଲୋକମାନେ ତାଙ୍କୁ ଚିହ୍ନି ପାରୁନାହାଁନ୍ତି। ପ୍ରୋସ୍ଥୋଟିକ ଡିଜାଇନର ପ୍ରୀତିଶୀଳ ଦୀକ୍ଷିତ୍, ଜନଙ୍କର ଏହି ଲୁକ୍ ପାଇଁ ଜବରଦସ୍ତ କାମ କରିଛନ୍ତି।
୪୬ ବର୍ଷର ଜନ ଭିଡ଼ିଓ ଶେୟାର କରିବା ସହ କ୍ଯାପସନରେ ଲେଖିଛନ୍ତି, ‘‘ମୁଁ ମୋ ଟିମ୍ କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯାହା ଦ୍ବାରା ଏହା ସମ୍ଭବ ହୋଇପାରିଛି। ସତ୍ୟ ଘଟଣା ଉପରେ ଆଧାରିତ ‘‘ରୋମିଓ ଆକବର ୱାଲଟର’’ ଫିଲ୍ମ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି।
ଜନଙ୍କ ଏହି ଲୁକ୍ ଦେଖିବା ପରେ ସୋସିଆଲ ମିଡିଆରେ ୟୁଜରସ ମାନେ ମତ ରଖିଛନ୍ତି- “ଆପଣଙ୍କର ଏହି ଲୁକ୍ ଅତ୍ୟନ୍ତ ଆକର୍ଷଣୀୟ କିନ୍ତୁ ଏହି ଲୁକ୍ ରେ ଆପଣଙ୍କୁ ଚିହ୍ନି ହେଉନି ସାର୍। ଚାଲିବା ଏବଂ ଛିଡା ହେବା ଷ୍ଟାଇଲରୁ ହିଁ ଆପଣଙ୍କୁ ଚିହ୍ନି ହେଉଛି”।
ବିଶେଷ କଥା ହେଉଛି ରବି ଗ୍ରିୱାଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଜନ ଆବ୍ରାହମଙ୍କ ବ୍ୟତୀତ ମୌନୀ ରାୟ, ଜାକି ସର୍ଫ, ସିକନ୍ଦର ଖେର, ସୁଚିତ୍ରା କୃଷ୍ଣମୂର୍ତ୍ତି, ବୋମନ ଇରାନୀ ଏବଂ ଗୋବିନ୍ଦ ନାମଦେବ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ୫ ଏପ୍ରିଲ୍ ଅର୍ଥାତ୍ ଆସନ୍ତା କାଲି ରିଲିଜ୍ ହେବ।