ଆଡେନୋଭାଇରସ୍ ଆତଙ୍କ : ପୁଣି ଏକ ନୂଆ ଭାଇରସ୍ ନେଇ ବଢ଼ିଲା ଚିନ୍ତା, ନେଲାଣି ୨ ଜୀବନ, ୯ ଦିନରେ ୪୦ ସଂକ୍ରମିତ
ନୂଆ ଭାଇରସ ‘ଆଡେନୋଭାଇରସ୍’ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି କୋଲକାତାରେ । ମାତ୍ର ୯ ଦିନରେ ୨ ଜଣ ପିଲାଙ୍କ ଜୀବନ ହାନି ଘଟିଥିବା ବେଳେ ୪୦ ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାଯାଇଛି ।

କୋଲକାତା : ନୂଆ ଭାଇରସ ‘ଆଡେନୋଭାଇରସ୍’ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି କୋଲକାତାରେ । ମାତ୍ର ୯ ଦିନରେ ୨ ଜଣ ପିଲାଙ୍କ ଜୀବନ ହାନି ଘଟିଥିବା ବେଳେ ୪୦ ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ଆତିଫା ଖାତୁନ(୧୮ମାସ) ଏବଂ ଅରମାନ ଗାଜି(୪ ବର୍ଷ) ନାମକ ଦୁଇ ଜଣ ଶିଶୁଙ୍କର ବି ସି ରାୟ ଶିଶୁ ହସପିଟାଲରେ ମୃତ୍ୟୁ ହୋଇଛି । ସେହିଦିନ ୪ ଟା ବେଳକୁ ୪ରୁ ଅଧିକ ଶିଶୁ୍ଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଶିଶୁମାନେ ରବିବାର ସକାଳ ୧୦ ଟା ୩୦ ରୁ ଅପରାହ୍ଣ ୪ ଟା ମଧ୍ୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ଏହି ଶିଶୁମାନେ ଗତ ୧୩ ଘଣ୍ଟା ଧରି ଚିକିତ୍ସାଧୀନ ଥିବା ବେଳେ ସେମାନେ ସମସ୍ତେ ଜର, କଫ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କର ୁଥିବାର ଅଭିଯୋଗ ହୋଇଥିଲା । ଏହି ଶିଶୁମାନେ ‘ଆଡେନୋଭାଇରସ୍’ ନାମକ ଏକ ନୂଆ ଭାଇରସରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।
ଏହି ଭାଇରସ ଯୋଗୁ ସାଧାରଣ ଥଣ୍ଡା,ଗଳା ଦରଜ, ଜର, ନିମୁନିଆ ଓ ବ୍ରୋଙ୍କାଇଟସ ଭଳି ଲକ୍ଷଣ ଦେଖାଯାଉଥିବା ଜଣାଯାଇଛି । ଏହି ଭାଇରସ ଚର୍ମ ସଂସ୍ପର୍ଶ, ପବନ ଦ୍ୱାରା କଫ, ଛିଙ୍କ ଓ ଜଣେ ସଂକ୍ରମିତ ବ୍ୟକ୍ତିର ମଳ ଦ୍ୱାରା ମଧ୍ୟ ସଂକ୍ରମିତ ହୋଇଥାଏ । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ ନାହିଁ ବୋଲି ଜଣାଯାଇଛି ।