ଚାରି ଲୁଟେରାଙ୍କୁ ଗିରଫ କଲା ପୁରୀ ବଳିଆପଣ୍ଡା ପୋଲିସ

ପୁରୀରେ ମାତିଛନ୍ତି ଆନ୍ତଃଜିଲ୍ଲା ସୁନାଚେନ ଲୁଟେରା ଗ୍ୟାଙ୍ଗ। ଚାରି ଲୁଟେରାଙ୍କୁ ଆଜି ଗିରଫ କରିଛି  ପୁରୀ ବଳିଆପଣ୍ଡା ପୋଲିସ। ଲୁଟେରାଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୋଟେ ଜୀବନ୍ତ ଗୁଳି ଓ ୭ଟି ସୁନା ଚେନ, ୨ଟି ମୁଦି, ୭ଟି ମୋବଇଲ ଫୋନ ଓ ନଗଦ ୬ହଜାର ଟଙ୍କା ସହ ଗୋଟିଏ ବାଇକ ଜବତ କରିଛି ପୁରୀ ପୋଲିସ।

ପୁରୀ (କେନ୍ୟୁଜ୍): ପୁରୀରେ ମାତିଛନ୍ତି ଆନ୍ତଃଜିଲ୍ଲା ସୁନାଚେନ ଲୁଟେରା ଗ୍ୟାଙ୍ଗ। ଚାରି ଲୁଟେରାଙ୍କୁ ଆଜି ଗିରଫ କରିଛି  ପୁରୀ ବଳିଆପଣ୍ଡା ପୋଲିସ। ଲୁଟେରାଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଗୋଟେ ଜୀବନ୍ତ ଗୁଳି ଓ ୭ଟି ସୁନା ଚେନ, ୨ଟି ମୁଦି, ୭ଟି ମୋବଇଲ ଫୋନ ଓ ନଗଦ ୬ହଜାର ଟଙ୍କା ସହ ଗୋଟିଏ ବାଇକ ଜବତ କରିଛି ପୁରୀ ପୋଲିସ।

ତିନିଟି ଫାଇନାନ୍‌ସ କମ୍ପାନୀ ସହ ଏହି ଅଭିଯୁକ୍ତମାନଙ୍କ ସମ୍ପର୍କ ରହିଛି। ଏମାନଙ୍କ ନାଁରେ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ଥିବା ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି। ଲୁଟେରାମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.