ବିମାନ ଟଏଲେଟରୁ ୨ କୋଟିର ସୁନା ଜବତ

ବିମାନ ଟଏଲେଟରୁ ଜବତ ହୋଇଛି ୨ କୋଟିର ସୁନା। ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ ହୋଇଛି ସୁନା। ଏକ ଅନ୍ତର୍ଜାତୀୟ ବିମାନର ଟଏଲେଟ୍ରୁ ପ୍ରାୟ ୨ କୋଟି ଟଙ୍କାର ଗୋଲ୍ଡ ବାର ଜବତ ହୋଇଛି। ଟଏଲେଟ୍ ଭିତରେ ଏକ ଗ୍ରେ ପାଉଚ୍ରେ ସୁନାର ୪ଟି ବାର ରଖାଯାଇଥିଲା।

ନୂଆଦିଲ୍ଲୀ : ବିମାନ ଟଏଲେଟରୁ ଜବତ ହୋଇଛି ୨ କୋଟିର ସୁନା। ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ ହୋଇଛି ସୁନା। ଏକ ଅନ୍ତର୍ଜାତୀୟ ବିମାନର ଟଏଲେଟ୍ରୁ ପ୍ରାୟ ୨ କୋଟି ଟଙ୍କାର ଗୋଲ୍ଡ ବାର ଜବତ ହୋଇଛି। ଟଏଲେଟ୍ ଭିତରେ ଏକ ଗ୍ରେ ପାଉଚ୍ରେ ସୁନାର ୪ଟି ବାର ରଖାଯାଇଥିଲା।

୪ଟି ସୁନା ବାର୍ର ଓଜନ ୩ କେଜି ୯୬୯ ଗ୍ରାମ । ଯାହାର ମୂଲ୍ୟ ପ୍ରାୟ ୨ କୋଟି ହେବ । ବିଶେଷ ସୂତ୍ରରୁ ସୂଚନା ପାଇ କଷ୍ଟମ୍ସ ବିଭାଗ ଅଧିକାରୀମାନେ ୨ ନମ୍ବର ଟର୍ମିନାଲରେ ଥିବା ବିମାନରେ ସର୍ଚ୍ଚ କରିଥିଲେ। ଟଏଲେଟରୁ ବାହାରିଥିଲା ଏହି ସୁନା। ଘଟଣାର ଅଧିକ ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.