ୟୁକ୍ରେନ ଯୁଦ୍ଧରେ ରୁଷର କ୍ଷତ ବଢ଼ୁଛି, ୨ ଲକ୍ଷ ସୈନ୍ୟ ହରାଇଲାଣି ରୁଷ

ୟୁକ୍ରେନ ଯୁଦ୍ଧରେ ରୁଷର କ୍ଷତ ବଢ଼ୁଛି । ୨ ଲକ୍ଷ ସୈନ୍ୟ ହରାଇଲାଣି ରୁଷ। ୧୮ଶହ ସେନା ଅଧିକାରୀ ମୃତାହତ ହେଲେଣି। ନଷ୍ଟ ହୋଇଗଲାଣି ବିପୁଳ ଅସ୍ତ୍ରଶସ୍ତ୍ର । ଯୁଦ୍ଧ ଏଭଳି ସ୍ଥିତିରେ, ଯିଏ ପ୍ରତିରକ୍ଷା ଉତ୍ପାଦନ ଦ୍ରୁତ କରିବ ସିଏ ହିଁ ଲଢ଼େଇ ଜିତିବ । ଭବିଷ୍ୟବାଣୀ କରିଛନ୍ତି ନାଟୋ ଆଲାଏଡ ସୁପ୍ରିମ କମାଣ୍ଡର। ସେପଟେ F-16 ଯୁଦ୍ଧ ବିମାନ ଚଳାଇବାକୁ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେଉଛି ଆମେରିକା।

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧରେ ରୁଷର କ୍ଷତ ବଢ଼ୁଛି । ୨ ଲକ୍ଷ ସୈନ୍ୟ ହରାଇଲାଣି ରୁଷ। ୧୮ଶହ ସେନା ଅଧିକାରୀ ମୃତାହତ ହେଲେଣି। ନଷ୍ଟ ହୋଇଗଲାଣି ବିପୁଳ ଅସ୍ତ୍ରଶସ୍ତ୍ର । ଯୁଦ୍ଧ ଏଭଳି ସ୍ଥିତିରେ, ଯିଏ ପ୍ରତିରକ୍ଷା ଉତ୍ପାଦନ ଦ୍ରୁତ କରିବ ସିଏ ହିଁ ଲଢ଼େଇ ଜିତିବ । ଭବିଷ୍ୟବାଣୀ କରିଛନ୍ତି ନାଟୋ ଆଲାଏଡ ସୁପ୍ରିମ କମାଣ୍ଡର। ସେପଟେ F-16 ଯୁଦ୍ଧ ବିମାନ ଚଳାଇବାକୁ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେଉଛି ଆମେରିକା।

ଯୁଦ୍ଧରେ ତଳିତଳାନ୍ତ ହୋଇଗଲାଣି ରୁଷ। ସହିଲାଣି ବିପୁଳ କ୍ଷତି । ରୁଷ କ୍ଷୟକ୍ଷତିର ହିସାବ ରଖିଛନ୍ତି ନାଟୋର ସୁପ୍ରିମ ଆଲାଏଡ୍‌ କମାଣ୍ଡର ଜେନେରାଲ କ୍ରିଷ୍ଟୋଫର କାଭୋଲି । ତାଙ୍କ ତଥ୍ୟ ଅନୁସାରେ ରୁଷର ୨ ଲକ୍ଷ ସୈନ୍ୟ ନିହତ ହେଲେଣି। ୧୮ଶହରୁ ଅଧିକ ସେନା ଅଧିକାରୀ ମୃତାହତ ହୋଇଛନ୍ତି। ରୁଷର ୨ ହଜାର ଟ୍ୟାଙ୍କ ଧ୍ୱଂସ କରିଛି ୟୁକ୍ରେନ ସେନା । ରୁଷିଆର ଯୁଦ୍ଧ କ୍ଷତି ଓ କ୍ଷତ ଅବିଶ୍ୱାସନୀୟ ବୋଲି କହିଛନ୍ତି ଜେନେରାଲ କାଭେଲି।

ଯୁଦ୍ଧ କ୍ଷେତ୍ରରେ ପୁଟିନ ସେନା ଦୈନିକ ହାରାହାରି ୨୩ ହଜାରରୁ ଅଧିକ ଗୁଳିଗୋଳା ବର୍ଷା କରୁଛି। ଏହାର ଦୃଢ଼ ଜବାବ ଦେଉଛି ୟୁକ୍ରେନ ବାହିନୀ। ଜେନେରାଲ କାଭୋଲି କହିଛନ୍ତି, ଯୁଦ୍ଧ ବେଳେ ପ୍ରତିରକ୍ଷା ଶିଳ୍ପର ଉତ୍ପାଦନ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଯିଏ ପ୍ରତିରକ୍ଷା ଉତ୍ପାଦନକୁ ଦ୍ରୁତ କରିବ ସିଏ ହିଁ ଯୁଦ୍ଧ ଜିତିବ । ଯୁଦ୍ଧ ବେଳେ ସାଧାରଣ ନାଗରିକଙ୍କ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ନାଟୋ ସୁପ୍ରିମ କମାଣ୍ଡର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.