ହରିଣ ଶିକାର କରି ମାଂସ ବିକ୍ରି ଉଦ୍ୟମ, ଲୋକଙ୍କୁ ଦେଖି ଚମ୍ପଟ ମାରିଲେ ଦୁଇ ଯୁବକ
ପୁରୀ ବାଲୁଖଣ୍ଡ ରେଞ୍ଜ ସାକ୍ଷୀ ଗୋପାଳ ସେକ୍ସନ ଅଞ୍ଚଳରେ ହରିଣକୁ ହତ୍ୟା କରି ଫେରାର ହୋଇଗଲେ ଦୁଇ ଯୁବକ।

ପୁରୀ (କେନ୍ୟୁଜ): ପୁରୀ ବାଲୁଖଣ୍ଡ ରେଞ୍ଜ ସାକ୍ଷୀ ଗୋପାଳ ସେକ୍ସନ ଅଞ୍ଚଳରେ ହରିଣକୁ ହତ୍ୟା କରି ଫେରାର ହୋଇଗଲେ ଦୁଇ ଯୁବକ। ହରିଣ ମାଂସ୍ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଦେଖି ଦେଇଥିଲେ ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କୁ ଦେଖି ଚମ୍ପଟ ମାରିଲେ ଦୁଇ ଯୁବକ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବନବିଭାଗ। ମୃତ ହରିଣକୁ ବନବିଭାଗ ଉଦ୍ଧାର କରିବା ସହ ଚଳାଇଛି ତଦନ୍ତ।