Below header

ସମାନ ସିରିଞ୍ଜରେ ଅନେକ ଲୋକଙ୍କୁ ଡାକ୍ତର ଟିକା ଦେବାରୁ ଝିଅ ହେଲେ ଏଚଆଇଭି ସଂକ୍ରମିତ

ଗୋଟିଏ ସିରିଞ୍ଜରେ ଡାକ୍ତର ଅନେକ ଲୋକଙ୍କୁ ଟିକା ଦେବାରୁ ଉତ୍ତର ପ୍ରଦେଶରେ ଜଣେ ଝିଅ ଏଚଆଇଭି ସଂକ୍ରମିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ରବିବାର ଉକ୍ତ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଗୋଟିଏ ସିରିଞ୍ଜରେ ଅନେକ ପିଲାଙ୍କୁ ଟିକା ଦିଆଯାଇଥିବା ନେଇ ଝିଅର ପରିବାର ଲୋକେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଉତ୍ତର ପ୍ରଦେଶ : ଗୋଟିଏ ସିରିଞ୍ଜରେ ଡାକ୍ତର ଅନେକ ଲୋକଙ୍କୁ ଟିକା ଦେବାରୁ ଉତ୍ତର ପ୍ରଦେଶରେ ଜଣେ ଝିଅ ଏଚଆଇଭି ସଂକ୍ରମିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ରବିବାର ଉକ୍ତ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଗୋଟିଏ ସିରିଞ୍ଜରେ ଅନେକ ପିଲାଙ୍କୁ ଟିକା ଦିଆଯାଇଥିବା ନେଇ ଝିଅର ପରିବାର ଲୋକେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଝିଅଟି ଏଚଆଇଭି ସଂକ୍ରମିତ ଜଣାପଡିବା ପରେ ମେଡିକାଲ ଷ୍ଟାଫମାନେ ରାତି ଅଧରେ ମେଡିକାଲରୁ ବାହାର କରିଦେଇଥିବା ଝିଅର ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଏହାର ତଦନ୍ତ ପାଇଁ ମୁଖ୍ୟ ମେଡିକାଲ ଅଫିସର (ସିଏମଓ) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ପରେ ଏହାର ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦିଆଯିବ ବୋଲି ସିଏମଓ କହିଛନ୍ତି । ଏନେଇ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ତ୍ରିପାଠୀ ଟ୍ଵିଟ ଯୋଗେ ଏହାର ତଦନ୍ତ କରାଯିବା ନେଇ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଯଦି କେହି ଡାକ୍ତର ଦୋଷୀ ସାବ୍ୟସ୍ତ ହୁଅନ୍ତି,ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.