Below header

‘ଆଇ ଲଭ୍‌ ମନୀଷ ସିସୋଦିଆ’ ବ୍ୟାନର ମାରିଥିବାରୁ ସରକାରୀ ସ୍କୁଲ ବିରୋଧରେ ମାମଲା ରୁଜୁୀ କଲା ପୋଲିସ

ଉତ୍ତର ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଂଚଳରେ ଥିବା ଏକ ସରକାରୀ ସ୍କୁଲ ଗେଟ୍‌ରେ ‘ ଆଇ ଲଭ୍‌ ମନୀଷ ସିସୋଦିଆ’ ବ୍ୟାନର ମରାଯାଇଥିବାରୁ ଦିଲ୍ଳୀ ପୋଲିସ ସ୍କୁଲ ବିରୋଧରେ ଏକ ମାମଲା ରୁଜୁ କରିଛି । ଶୁକ୍ରବାର ସକାଳେ ବ୍ୟାନର ମରାଯିବା ପରେ ଲୋକେ ଏହାକୁ ବିରୋଧ କରିଥିଲେ ଏବଂ ପରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ କିଛି ଆମ୍‌ ଆଦମୀ ପାର୍ଟିର କର୍ମୀମାନେ ମାରିଥିବା ନେଇ ଲୋକେ ଅଭିଯୋଗ କର ିଥିଲେ ।

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଂଚଳରେ ଥିବା ଏକ ସରକାରୀ ସ୍କୁଲ ଗେଟ୍‌ରେ ‘ ଆଇ ଲଭ୍‌ ମନୀଷ ସିସୋଦିଆ’ ବ୍ୟାନର ମରାଯାଇଥିବାରୁ ଦିଲ୍ଳୀ ପୋଲିସ ସ୍କୁଲ ବିରୋଧରେ ଏକ ମାମଲା ରୁଜୁ କରିଛି । ଶୁକ୍ରବାର ସକାଳେ ବ୍ୟାନର ମରାଯିବା ପରେ ଲୋକେ ଏହାକୁ ବିରୋଧ କରିଥିଲେ ଏବଂ ପରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ କିଛି ଆମ୍‌ ଆଦମୀ ପାର୍ଟିର କର୍ମୀମାନେ ମାରିଥିବା ନେଇ ଲୋକେ ଅଭିଯୋଗ କର ିଥିଲେ ।

ପୋଲିସ ଦଫା ୩ରେ ଏକ ମା ମଲା ରୁଜୁ କରି ତଦନ୍ତ ଜାରି ରଖିଛି । ରିପୋର୍ଟ ଅନୁଯାୟୀ କର୍ମୀମାନେ ବ୍ୟାନର ଟ ।ଙ୍ଗୁଥିବା ବେଳେ ସ୍କୁଲ ମ୍ୟାନେଜମେଣ୍ଟ ଓ ପ୍ରିନିସପାଲ୍‌ ସ୍କୁଲ ଗେଟରେ ଉକ୍ତ ବ୍ୟାନର ମାରିବାରେ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଥିପାଇଁ ସେ ଅନୁମତି ପାଇଛନ୍ତି ବୋଲି ପଚାରିବାରୁ ‘ ଆମେ ଏମଏଲଏ ଅବଦୁଲ ରେହେମାନଙ୍କ ଲୋକ’ ଶୁଣିବାକୁ ମିଳିଥିଲା ବୋଲି ଲୋକେ ଅଭିଯୋଗ କରିଥିଲେ ।

ଏହାପରେ ଆମେ ଯେବେ ଏମଏଲଏଙ୍କୁ ପଚାରିଥିଲୁ, ଏମଏଲଏ ଅନୁମତି ଦେଇଥିବା କହିଥିଲେ ବୋଲି ଜଣେ ବ୍ୟକ୍ତି କହିଥିଲେ । ତେବେ ବିରୋଧ ପରେ ବ୍ୟାନର କାଢ଼ି ଦିଆଯାଇଥିଲା । ବଡ କଥା ହେଉଛି ପିଲାମାନଙ୍କୁ ଏପର ି ବୁଝାଇ ଦିଆଯାଇଥିଲା ଯେ ପିଲାମାନେ ମଧ୍ୟ ‘ଆଇ ଲଭ ମନୀଷ ସିସୋଦିଆ’ ବୋଲି ଲେଖିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.