ଚଳଚଞ୍ଚଳ ମାଲକାନଗିରି: ଆରମ୍ଭ ହୋଇଛି ଆଦିବାସୀ ପରମ୍ପରାର ପ୍ରସିଦ୍ଧ ବଡ଼ଯାତ୍ରା, ଲାଗିଛି ଭକ୍ତଙ୍କ ସମାଗମ

ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୁଏ। ଏହି ଯାତ୍ରାର ମୁଖ୍ଯ ଆକର୍ଷଣ ହେଲା ଆନ୍ଧ୍ର ପୋଲେରୁ ନିକଟରେ ସ୍ନାନଯାତ୍ରା । ପୋଲେରୁ ତାଡକା କୁଣ୍ଡ ରେ ସ୍ନାନ କରନ୍ତି ତିନି ଠାକୁର।ମାଲକାନଗିରି ଜିଲ୍ଲାବାସୀଙ୍କ ସହ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ଲୋକଙ୍କ ବିଶ୍ବାସ ରହିଛି ଯେ ବଡ ଠାକୁରଙ୍କ ପାଖରେ ମାନସିକ ରଖିଲେ ତାହା ନିଶ୍ଚିତ ପୁରଣ ହୁଏ ।

ମାଲକାନଗିରି (କେନ୍ୟୁଜ): ଆଦିବାସୀ ପରମ୍ପରାକୁ ନେଇ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ହେଉଛି ବଡ଼ ଯାତ୍ରା। ଆସନ୍ତା ୭ ତାରିଖ ପର୍ଯ୍ଯନ୍ତ ଜିଲ୍ଲାର ସବୁ ଠାରୁ ବଡ଼ ପର୍ବ ବଡ଼ ଯାତ୍ରା ପାଳିତ ହେବ। ମାଝିବନ୍ଧରେ ଠାକୁର ପୂଜା ପାଇବା ପରେ ଏବେ ମାଣ୍ଡିଆ ଭଟାରେ ଠାକୁର ପୂଜା ପାଉଛନ୍ତି। ଏହା ପରେ ମାଉଲି ମାଙ୍କ ନିକଟରେ ଶ୍ରୀ ଶ୍ରୀ କାନାମାରାଜୁ,ବାଲରାଜୁ ,ପୋତରାଜୁ ଏବଂ ମା ମୁତ୍ୟାଲୁମା ଏଠାରେ ପୂଜା ପାଇବେ।

ଏହା ମାଘ ପୂର୍ଣ୍ଣିମାରେ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମାରେ ଶେଷ ହୁଏ। ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୁଏ। ଏହି ଯାତ୍ରାର ମୁଖ୍ଯ ଆକର୍ଷଣ ହେଲା ଆନ୍ଧ୍ର ପୋଲେରୁ ନିକଟରେ ସ୍ନାନଯାତ୍ରା । ପୋଲେରୁ ତାଡକା କୁଣ୍ଡ ରେ ସ୍ନାନ କରନ୍ତି ତିନି ଠାକୁର। ଠାକୁରଙ୍କ ଟିକେ ଅଶ୍ରିବାଦ ପାଇବା ପାଇଁ ଅନ୍ଧ୍ର,ତେଲେଙ୍ଗାନା, ଓଡିଶା ଏବଂ ଛତିଶଗଡ଼ ରାଜ୍ଯର ଲକ୍ଷାଧିକ ଭକ୍ତ ସମାଗମ ଦେଖିବାକୁ ମିଳିଛି। ସହରର ୩ଟି ସ୍ଥାନରେ ୪ ଦିନ ଧରି ଚାଲିବ ଠାକୁରଙ୍କ ପୂଜାର୍ଚ୍ଚନା ।

କେଉଁ ଆଦିମ କାଳରୁ ମାଲକାନଗିରି ଜିଲ୍ଲାବାସୀଙ୍କ ସହ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ଲୋକଙ୍କ ବିଶ୍ବାସ ରହିଛି ଯେ ବଡ ଠାକୁରଙ୍କ ପାଖରେ ମାନସିକ ରଖିଲେ ତାହା ନିଶ୍ଚିତ ପୁରଣ ହୁଏ । ସେଇଥିପାଇଁ ତୋ ଦୁର ଦୁରାନ୍ତରୁ ହଜାର ହଜାର ଭକ୍ତ ଛୁଟି ଆସନ୍ତି ମାଲକାନଗିରି ଜିଲ୍ଲାର ବଡ ଠାକୁରଙ୍କ ନିକଟକୁ । କିଏ ହାତରେ ଦିପଟିଏ ନେଇ ଠାକୁରଙ୍କ ପୁଜା ଅର୍ଚ୍ଚନା କରୁଛି ତୋ ଆଉ କିଏ ମାନସିକ ରଖି ଦେବୀଙ୍କ ପାଖରେ ଛେଳି, କୁକୁଡା ଓ ବତକ ନେଇ ଛୁଟି ଆସିଛି ବଳି ଦେବା ଲାଗି । ତେବେ ବଡ ଠାକୁରଙ୍କ ମହିମା ଏମିତି ରହିଛି ଯେ ଠାକୁଙ୍କ ପାଖରେ ରହିଥିବା ପାରା ଆନ୍ଧ୍ର ପୋଲେରୁ ଠାରୁ ଠାକୁରଙ୍କ ସହିତ ଆସିଛନ୍ତି । ଆଉ ଯାତ୍ରା ପରେ କେଉଁ ଆଡେ ଉଭାନ ହୋଇ ଯାଆନ୍ତି ତାହା ଜଣେ ପଡେନାହିଁ । ଏହି ବଡ ପର୍ବ ଦେଖିବା ପାଇଁ ଯିଏ ଯେଉଁଠି ଥାଉ ନା କାହିକି ଦୁଇ ବର୍ଷରେ ଥରେ ଏକାଠି ହୁଅନ୍ତି । ତେବେ ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.