Below header

ଇସ୍ରୋର ପ୍ରଥମ ସୂର୍ଯ୍ୟ ମିଶନ, କାଲି ସନ୍ଧ୍ୟାରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ‘ଆଦିତ୍ୟ-L1’

ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1 ଆସନ୍ତାକାଲି ଗନ୍ତବ୍ୟସ୍ଥଳ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବ । କାଲି ସନ୍ଧ୍ୟାରେ ଶେଷ କକ୍ଷପଥରେ ଏହା ପ୍ରବେଶ କରିବ । L1 ପଏଣ୍ଟରେ ପହଞ୍ଚିବା ପରେ ଆଦିତ୍ୟର ଇଞ୍ଜିନକୁ ଆଉ ଥରେ ଫାୟାର କରାଯିବ ।

ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1 ଆସନ୍ତାକାଲି ଗନ୍ତବ୍ୟସ୍ଥଳ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବ । କାଲି ସନ୍ଧ୍ୟାରେ ଶେଷ କକ୍ଷପଥରେ ଏହା ପ୍ରବେଶ କରିବ । L1 ପଏଣ୍ଟରେ ପହଞ୍ଚିବା ପରେ ଆଦିତ୍ୟର ଇଞ୍ଜିନକୁ ଆଉ ଥରେ ଫାୟାର କରାଯିବ, ଯାହାଫଳରେ ଏହା ଆଗକୁ ଗତି ନ କରି ସେଠାରେ ସ୍ଥିର ରହିବ ଏବଂ ପରେ L1 ପଏଣ୍ଟର ଚତୁଃପାର୍ଶ୍ୱରେ ଘୂର୍ଣ୍ଣନ କରିବ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ISRO’ର ଆଦିତ୍ୟ-L1କୁ ନେଇ ବଡ଼ ଗବେଷଣା ଚାଲିଛି । ଆଦିତ୍ୟ-L1 ଆସନ୍ତା ପାଞ୍ଚ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ । ଏହା କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୂର୍ଯ୍ୟଙ୍କ ପର୍ଯ୍ୟବେକ୍ଷଣ ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-L1 ସେପ୍ଚେମ୍ବର ୨ରେ ଲଞ୍ଚ ହୋଇଥିଲା । ଏହି ମହାକାଶ ଯାନରେ ସୂର୍ଯ୍ୟଙ୍କ ବିଭିନ୍ନ ଅଧ୍ୟୟନ ପାଇଁ ସାତଟି ଭିନ୍ନ ଭିନ୍ନ ପେଲୋଡ ରହିଛି । ଚାରିଟି ପେଲୋଡ ସୂର୍ଯ୍ୟକିରଣର ଅଧ୍ୟୟନ କରିବେ ଏବଂ ବାକି ତିନିଟି ପେଲୋଡ ସେଠାକାର ପ୍ଲାଜମା ଏବଂ ମ୍ୟାଗ୍ନେଟିକ ଫିଲ୍ଡ ସମ୍ପର୍କରେ ଅଧ୍ୟୟନ କରିବେ ।

L1 ପଏଣ୍ଟରେ ଥିବା ଆଦିତ୍ୟ ସାଟେଲାଇଟ୍‌ର ଦୂରତା ସେହି ସମୟରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ହେବ । ଜାନୁୟାରୀ ୬ ତାରିଖ ସନ୍ଧ୍ୟାରେ ହାଲୋ ଅର୍ବିଟ୍‌ରେ ପ୍ରବେଶ କରାଇବା ପାଇଁ ଆଦିତ୍ୟ-L1 ସାଟେଲାଇଟ୍‌ର ଥ୍ରଷ୍ଟର୍ସକୁ ଅଳ୍ପ ସମୟ ପାଇଁ ଅନ୍‌ କରାଯିବ । ଏଥିରେ ୧୨ଟି ଥ୍ରଷ୍ଟର୍ସ ରହିଛି । ଯଦିଓ କେତେ ଏବଂ କେଉଁ ଥ୍ରଷ୍ଟର୍ସ ବ୍ୟବହାର ହେବ, ତାହାର ଖୁଲାସା ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.