୨୪ ଘଣ୍ଟା ମଧ୍ୟରେ ୧୨ ଜଣଙ୍କ ଜୀବନ ନେଲା କରୋନା, ୭୬୧ଟି ନୂଆ ମାମଲା ଚିହ୍ନଟ

ଗୁରୁବାର ଦିନ ଏଠାରେ ୨୯୮ଟି ମାମଲା ଦେଖିବାକୁ ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଗୁରୁବାର ଦିନ ରାଜ୍ୟରେ କରୋନା ପଜିଟିଭିଟି ହାର ୩.୪୬ ପ୍ରତିଶତରୁ ୩.୮୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଦିନ ଦିଆ ଯାଇଥିବା ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ତାମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଦେଶରେ କରୋନା ମାମଲା ୪୩୩୪ ସଂଖ୍ୟାରେ ପହଞ୍ଚିଛି ।

ଏହା ସହ ସବୁଠାରୁ ବିପଜ୍ଜନକ ପରିସ୍ଥିତି କର୍ଣ୍ଣାଟକରେ ହୋଇଛି । ଗୁରୁବାର ଦିନ ଏଠାରେ ୨୯୮ଟି ମାମଲା ଦେଖିବାକୁ ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଗୁରୁବାର ଦିନ ରାଜ୍ୟରେ କରୋନା ପଜିଟିଭିଟି ହାର ୩.୪୬ ପ୍ରତିଶତରୁ ୩.୮୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହା ମଧ୍ୟରେ କର୍ଣ୍ଣାଟକର ଅବସ୍ଥା ବହୁତ ଖରାପ ରହିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ୨୯୮ଟି ନୂଆ ମାମଲା ମଧ୍ୟରୁ ୧୭୨ଟି କେବଳ ବେଙ୍ଗାଲୁରୁରୁ ଆସିଛି । ବର୍ତ୍ତମାନ ଏଠାରେ ସମୁଦାୟ ୭୦୪ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସେହିପରି ଭାବେ କର୍ଣ୍ଣାଟକର ହସନ ଜିଲ୍ଲାରେ ୧୯ ଟି, ମିହୀଶୁରରେ ୧୮ ଏବଂ ଦକ୍ଷିଣ କନ୍ନଡରେ ୧୧ ଟି ମାମଲା ଦେଖିବାକୁ ମିଳିଛି । ଏଥିସହ ଚାମରାଜନଗରରୁ ୮ଟି ମାମଲା ହୋଇଥିବାବେଳେ ବଲାରୀ ଏବଂ କୋପାଲାରେ ୬ ର ୁ୩ଟି ନୂଆ ମାମଲା ଦେଖିବାକୁ ମିଳିଛି । ତୁମକୁରୁ, ବିଜୟନଗର ଏବଂ ଚିକମଗଲୁରୁରେ ୫ ରୁ ୫ ସକ୍ରିୟ ମାମଲା ଦେଖିବାକୁ ମିଳିଛି ।

କର୍ଣ୍ଣାଟକ ପରେ ମହାରାଷ୍ଟ୍ରରେ ମଧ୍ୟ ମାମଲା ବୃଦ୍ଧି ପାଉଛି । ଗୁରୁବାର ଦିନ କରୋନାର ଏକ ନୂଆ ପ୍ରକାରର JN.1 ର ୭୮ଟି ମାମଲା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୧୧୦ ରୋଗୀଙ୍କୁ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୧୭୧ଟି ନୂଆ ମାମଲା ସାମ୍ନାକୁ ଆସିଛି ।

କରୋନା ମାମଲା ସଂଖ୍ୟା ବୃଦ୍ଧି ଏବଂ JN.1 ମାମଲା ଚିହ୍ନଟ ହେତୁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସମୟ ସମୟରେ ନୂତନ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଉଛି । ଏହା ବ୍ୟତୀତ ଏହି ସମସ୍ତ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.