ପାରିବାରିକ କଳହ: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ରହ୍ମପୁରାରେ ଅଭାବନୀୟ ଘଟଣା ଘଟିଛି।

ପାଟଣାଗଡ (କେନ୍ୟୁଜ): ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ରହ୍ମପୁରାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଅଞ୍ଜନା ବାଗ। ସ୍ବାମୀ କୃଷ୍ଣଚନ୍ଦ୍ର ବାଗ ଓ ସ୍ତ୍ରୀ ଅଞ୍ଜନା ମଧ୍ୟରେ କଳହ ଲାଗି ରହୁଥିଲା ।

ସୂଚନା ଅନୁସାରେ ଆଜି ସକାଳୁ ଅଞ୍ଜନା ନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ କୃଷ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ ଅଞ୍ଜନାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ହତ୍ୟା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସ୍ୱାମୀ । ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.