Below header

‘ଆଗ ଦେଶ, ତା ପରେ ପାର୍ଟି ଓ ତାପରେ ମୁଁ’

ବିଜପିର ପ୍ରତିଷ୍ଠା ଦିବସ ଅବସରରେ ନିଜର ବ୍ଲଗରେ ଦଳକୁ ପରାମର୍ଶ ଦେବାକୁ ଯାଇ ନୀତି ଆଦର୍ଶର ପାଠ ପଢ଼ାଇଛନ୍ତି ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀ । କେବଳ ଏତିକ ନୁହେଁ ବିଜେପିର ନୀତି ଆଦର୍ଶକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାଖା କରିଛନ୍ତି ଆଡଭାନୀ । ଆଉ କର୍ମୀମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ତେବେ ଚାଲନ୍ତୁ ଦେଖିବା କଣ ଲେଖିଛନ୍ତି ବିଜେପିର ଏହି ବୟୋଜ୍ୟେଷ୍ଠ ନେତା ।
୧-ରାଷ୍ଟ୍ରବାଦର ବିଜେପି ସିଦ୍ଧାନ୍ତରେ ଆମେ କେବେବି ଏମିତି ଲୋକଙ୍କୁ ରାଷ୍ଟ୍ର ବିରୋଧୀ କହିନାହୁଁ ଯିଏ ଆମ ପାଖରେ ରାଜନୈତିକ ମତଭେଦ ରଖିଥାଏ । ପାର୍ଟି ନିଜର ଓ ରାଜନୈତିକ ସ୍ତରରେ ସବୁବେଳେ ସବୁ ନାଗରିକଙ୍କ ନିର୍ବାଚନରେ ସ୍ବତନ୍ତ୍ରତା ପାଇଁ ପ୍ରତିବଦ୍ଧ ରହି ଆସିଛି ।
୨- ପାର୍ଟି ଭିତରେ ଓ ରାଷ୍ଟ୍ରୀୟ ସ୍ତରରେ ଲୋକତନ୍ତ୍ର ଓ ଲୋକତାନ୍ତ୍ରିକ ପରମ୍ପରାର ସୁରକ୍ଷା ବିଜେପିର ଗୌରବପୂର୍ଣ୍ଣ ବିଶେଷତ୍ୱ ଭାବରେ ରହି ଆସିଛି ।
୩- ବିଜେପି ସବୁବେଳେ ସବୁ ଲୋକତାନ୍ତ୍ରିକ ସଂସ୍ଥାନର ସ୍ବତନ୍ତ୍ରତା, ଅଖଣ୍ଡତା, ନିରପେକ୍ଷତା ଓ ଦୃଢ଼ତା ପାଇଁ ସ୍ବର ଉଠାଇବାରେ ପ୍ରଥମରେ ରହି ଆସିଛି ।
୪- ଏହା ସତ ଯେ ନିର୍ବାଚନ ଲୋକତନ୍ତ୍ରର ଏକ ଉତ୍ସବ ଅଟେ କିନ୍ତୁ ଏହା ଭାରତୀୟ ଲୋକତନ୍ତ୍ରର ସବୁ ଭାଗୀଦାରଙ୍କ ପାଇଁ ସାଧୁତାର ସହ ଆତ୍ମବିଶ୍ଳେଷଣ କରିବାର ସମୟ ଅଟେ ।
୫- ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଉତ୍ସବ ମନେଇବା ପାଇଁ ଯାଉଛି । ଏହା ଆମ ପାଇଁ ଅତୀତ ଓ ଭବିଷ୍ୟତ ଦେଖିବା ସହିତ ଆମମାନଙ୍କ ଅନ୍ତର ଭିତରକୁ ଦେଖିବାର ମହତ୍ବପୂର୍ଣ୍ଣ ଅବସର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.