କଣ ରହିଛି ନବୀନ ପଟ୍ଟନାୟକଙ୍କ ଫିଟନେସ୍‌ ମନ୍ତ୍ର ? ଖୋଲିଲା ରହସ୍ୟ . . . ସୋସିଆଲ ମିଡିଆରେ ଭିଡିଓ

ଭୁବନେଶ୍ବର : ନିର୍ବାଚନ ସମୟ । ଖରା ଦିନ। ଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ନିର୍ବାଚନ ପୂର୍ବରୁ ମଧ୍ୟ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ଗସ୍ତ କରୁଥିଲେ ନବୀନ। ଏବେ ପୁଣି ଖରାତରାରେ ପ୍ରଚାର। ଏତେ ସବୁ ପାଇଁ ନବୀନ କେମିତି ଫିଟ୍‌ ଅଛନ୍ତି। ସୋସିଆଲ ମିଡିଆରେ ଆସିଛି ନବୀନଙ୍କ ନୂଆ ଭିଡ଼ିଓ। ପ୍ରତି ଦିନ ସକାଳୁ ୱାକିଂ ଓ ଜଗିଂ । ଏହାସହ ବ୍ୟାୟମ। ଯୋଗ ମଧ୍ୟ କରୁଛନ୍ତି। ଭିଡିଓରେ ବୃକ୍ଷାସନ ମୁଦ୍ରାରେ ନଜର ଆସିଛନ୍ତି ନବୀନ। କେବଳେ ସେତିକି ନୁହଁ, ଜିମ୍‌ରେ ମଧ୍ୟ କିଛି ସମୟ ବିତାଉଛନ୍ତି। ଚିନ୍‌ ଅପ୍‌ ମାରିବାର ଭିଜୁଆଲ ରହିଛି। ଡମ୍‌ ବଲସ, ୱେଟ୍‌ ବାର ଉଠାଇବା ଓ ସାଇକଲିଂ କରୁଥିବା ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ ଶେଷରେ ନବୀନ କହୁଛନ୍ତି, ଗେଟିଂ ରେଡି ଟୁ ଫାଇଟ୍‌ ଫର ଦ ପିପୁଲ ଅଫ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.