Below header

କାବୁଲରେ ଉଡ଼ନ୍ତା ବିମାନରୁ ଖସିଥିଲେ ଆଫ୍‌ଗାନୀ ଖେଳାଳି, ମୃତ୍ୟୁ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା

କାବୁଲରେ ଆମେରିକୀୟ ସୈନ୍ୟ ବିମାନରୁ ଖସି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଫ୍‌ଗାନୀ ଫୁଟବଲର ଥିଲେ। ବିମାନ ଦୋହାରେ ଅବତରଣ କରିବା ପରେ ଫୁଟବଲରଙ୍କ ଅବଶେଷ ବିମାନର ହ୍ଵିଲ୍‌ େଓ୍ଵଲରେ ମିଳିଛି। ଏହି ଫୁଟବଲରଙ୍କ ନାଁ ଜକି ଅନଓ୍ଵାରୀ ବୋଲି କୁହାଯାଉଛି, ତାଙ୍କ ବୟସ ୧୯ ବର୍ଷ ଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଫୁଟବଲପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଏକ ରିପୋର୍ଟ ମୁତାବକ, ଅନଓ୍ଵାରୀ ସେହି ଲୋକଙ୍କ ମଧ୍ୟରେ ଜଣେ ଥିଲେ, ଯିଏ ଆଫଗାନିସ୍ତାନ ଛାଡ଼ିବା ପାଇଁ ରନ୍‌େଓ୍ଵରେ ପହଞ୍ଚି ଯାଇଥିଲେ। ଏହାପରେ ସେ ଆମେରିକୀୟ ସୈନ୍ୟ ବିମାନର ଡେଣାରେ ଚଢ଼ି ଯାଇଥିଲେ। ରିପୋର୍ଟରେ କୁହାଯାଇଛି, ଜକି ହାଇସ୍କୁଲର ଛାତ୍ର ଥିଲେ ଏବଂ ଦେଶର ରାଷ୍ଟ୍ରୀୟ ଜୁନିୟର ଫୁଟବଲ ଟିମ୍‌ର ସଦସ୍ୟ ଥିଲେ।

ଜକି ଆମେରିକୀୟ ଇଭାକ୍ୟୁଶନ ବିମାନର ଲ୍ୟାଣ୍ଡିଂ ଗିୟରରେ ଫସି ଯାଇଥିଲେ। ରିପୋର୍ଟରେ ଦାବି କରାଯାଇଛି କି, କତରରେ ପହଞ୍ଚିବା ପରେ ଅନଓ୍ଵାରୀଙ୍କ ଅବଶେଷ ଆମେରିକୀୟ ସି-୧୭ ଟ୍ରାନ୍ସପୋର୍ଟ ଜେଟ୍‌ର ହ୍ଵିଲ୍‌ େଓ୍ଵଲରେ ମିଳିଥିଲା। ତାଙ୍କ ଫୁଟବଲ ଟିମ୍‌ ଖୋରୋସାନ ଲାୟନ୍ସ କହିଛି, ଅନଓ୍ଵାରୀ ୟୁଏସ୍‌ ସି-୧୭ ଟ୍ରାନ୍ସପୋର୍ଟର ପାର୍ଶ୍ୱରେ ଲାଖି ରହିଥିବା ଯୁଗଗୋଷ୍ଠୀରେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.