Below header

ପୁଅକୁ ଦୁର୍ଘଟଣାରେ ମାରି ଫେରାର ହୋଇଥିବା କାରକୁ ୮ ବର୍ଷ ପରେ ପାଇଲେ ପିତା, ବନ୍ଦ ମାମଲା ପୁଣି ଖୋଲିଲା

୮ ବର୍ଷ ପରେ ଖୋଜି ପାଇଲେ ପୁଅର ହତ୍ୟାକାରୀକୁ । ମାମଲା ଏବେ ବିଚାର ଚାଲିଛି କୋର୍ଟରେ । ଏ ହେଉଛି ଜଣେ ହତଭାଗ୍ୟ ପିତାର କାହାଣୀ । ଦୀର୍ଘ ୮ ବର୍ଷ ତଳେ ଏକ କାର୍‌ ତାଙ୍କ ପୁଅକୁ ଧକ୍କା ଦେଇ ମାରି ଚାଲିଯାଇଥିଲା । ସେହି ଦିନରୁ ସେ ଖୋଜୁଥିଲେ ହତ୍ୟାକାରୀ କାର ମାଲିକକୁ ।

୮ ବର୍ଷ ପରେ ଖୋଜି ପାଇଲେ ପୁଅର ହତ୍ୟାକାରୀକୁ । ମାମଲା ଏବେ ବିଚାର ଚାଲିଛି କୋର୍ଟରେ । ଏ ହେଉଛି ଜଣେ ହତଭାଗ୍ୟ ପିତାର କାହାଣୀ । ଦୀର୍ଘ ୮ ବର୍ଷ ତଳେ ଏକ କାର୍‌ ତାଙ୍କ ପୁଅକୁ ଧକ୍କା ଦେଇ ମାରି ଚାଲିଯାଇଥିଲା । ସେହି ଦିନରୁ ସେ ଖୋଜୁଥିଲେ ହତ୍ୟାକାରୀ କାର ମାଲିକକୁ ।

ସୂଚନା ଅନୁଯାୟୀ, ୨୦୧୫ ମସିହାରେ ଗୁରୁଗ୍ରାମରେ ଏକ କାର ଜିତେନ୍ଦ୍ର ଚୌଧୁରୀଙ୍କ ପୁଅକୁ ଧକ୍କା ଦେଇ ମାରି ଚାଲିଯାଇଥିଲା । ପୁଅର ହତ୍ୟାକାରୀକୁ ଖୋଜିବା ପାଇଁ ପିତା ଶ୍ରୀ ଚୌଧୁରୀ ବହୁ ଖୋଜାଖୋଜି ଓ ଅନୁସନ୍ଧାନ କରିଥିଲେ ମଧ୍ୟ କିଛି ଖବର ପାଇ ନଥିଲେ । ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କାର ସମ୍ପର୍କରେ କିଛି ସୁରାକ ପାଇନଥିଲା । ହେଲେ ଦୁର୍ଘଟଣାସ୍ଥଳରୁ ଶ୍ରୀ ଚୌଧୁରୀ ସଂଗ୍ରହ କରିଥିବା କାର୍‌ ର ଭାଙ୍ଗିଯାଇଥିବା ମିରର ଟୁକୁଡା ଓ କିଛି ଧାତବ ଅଂଶକୁ ନେଇ ଖୋଜିବା ଆରମ୍ଭ କରିଥିଲେ ।

ନିକଟତମ ସମସ୍ତ ଗ୍ୟାରେଜକୁ ଯାଇ କେଉଁ କାର ମରାମତି କରିଛି କି ନାହିଁ ପଚାରି ବୁଝିଥିଲେ ମଧ୍ୟ କିଛି ସୁରାକ ପାଇ ନଥିଲେ । ହେଲେ ସେ ଏତିକିରେ ଚୁପ ହୋଇ ନଥିଲେ, ତାଙ୍କର ଅନୁସନ୍ଧାନ ଜାରି ରଖିଥିଲେ । ଏହି ସମୟରେ ଜଣେ ଗ୍ୟାରେଜ ମେକାନିକ ତାଙ୍କୁ କାରର ଭଙ୍ଗା ଅଂଶ ଦେଖି ଏହା ‘ମାରୁତି ସୁଜୁକି ସୁଇପ୍ଟି ଭିଡିଆଇ ’ କାର ଅଂଶ ବୋଲି କହିଥିଲେ । ଏହା ପରେ ଶ୍ରୀ ଚୋଧୁରୀ ମାରୁତି କମ୍ପାନୀ ଯାଇ ସେହି ଭଂଗା ଅଂଶ ଦେଖାଇବା ପରେ ମିରର ପଛରେ ଥିବା ବ୍ୟାଚ ନମ୍ବରରୁ କାରର ପଞ୍ଜିକରଣ ନମ୍ବର ଓ ତା’ର ମାଲିକ ନାମ ପାଇଥିଲେ ।

ସେ ସବୁକୁ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ଦେବା ପରେ ବନ୍ଦ ହୋଇଯାଇଥିବା କେସ୍‌ ଫାଇଲ ପୁଣି ଥରେ ଉଠିଥିଲା । ହେଲେ ଏଥର ପୋଲିସ ବିଶେଷ ତତ୍ପରତା ପ୍ରକାଶ କରି ନଥିଲା । ଫଳରେ ପିତା କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟକୁ ପୋଲିସ ଜଣାଇଥିଲା ଯେ ଅଭିଯୁକ୍ତ ବାହାର ରାଜ୍ୟକୁ ଯାଇଥିବାରୁ ତଦନ୍ତ ଆଗେଇ ପାରୁନାହିଁ । କରୋନା ଯୋଗୁ ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କିଛି ତଦନ୍ତ ଆଗେଇ ପାରିନଥିଲା ।

ହେଲେ ପୁଣି ଥରେ ଶ୍ରୀ ଚୌଧୁରୀ କୋର୍ଟରେ ଆଶ୍ରୟ ନେବାରୁ କୋର୍ଟ ପୋଲିସକୁ କଡା ଚେତାବନୀ ଦେଇଥିଲେ । ପରିଶେଷରେ ପୁଲିସ କାର ମାଲିକ ଜ୍ଞାନ ଚାନ୍ଦଙ୍କ ନାମରେ ଚାର୍ଜସିଟ ଦାଖଲ କରି ମାମଲା ପୁନର୍ବାର ଆରମ୍ଭ କରିଛନ୍ତି । ପୁଅର ହତ୍ୟାକାରୀକୁ ଖୋଜିବା ପାଇଁ ଜଣେ ପିତାଙ୍କ ଏପରି ସଂଘର୍ଷ କାହାଣୀ ସମସ୍ତଙ୍କୁ ସ୍ତମ୍ବୀଭୁତ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.