ବଣାଇ ସହର ମୁଖ୍ୟ ରାସ୍ତାରେ ଦୌଡ଼ିଲା ହାତୀ, ପଛେ ପଛେ ଦେଖଣାହାରି

ଗୋଟିକିଆ ଦନ୍ତା ହାତୀ ମୁଖ୍ୟ ରାସ୍ତାରେ ଦୌଡ଼ିଲା ହାତୀ ପଛେ ପଛେ ଦେଖାଣ ହାରି ସହିତ ବନବିଭାଗ ମଶାଲ ଧରି ଦୌଡୁଛନ୍ତି ।ହାତୀ କୁ ଦେଖି କିଛି ସମୟ ଦୋକାନ ବଜାର ବନ୍ଦ କରି ଦୌଡ଼ିଲେ ଜନସାଧାରଣ ।

ବଣାଇ(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରର ପଶିଲା ହାତୀ। ଗୋଟିକିଆ ଦନ୍ତା ହାତୀ ମୁଖ୍ୟ ରାସ୍ତାରେ ଦୌଡ଼ିଲା।  ହାତୀ ପଛେ ପଛେ ଦେଖଣାହାରି ସହିତ ବନବିଭାଗ ମଶାଲ ଧରି ଦୌଡୁଛନ୍ତି ।ହାତୀକୁ ଦେଖି କିଛି ସମୟ ଦୋକାନ ବଜାର ବନ୍ଦ କରି ଦୌଡ଼ିଲେ ଜନସାଧାରଣ ।

ହାତୀଟି ବ୍ଲକ ଛକରୁ ମୁଖ୍ୟ ରାସ୍ତା ଦେଇ ଆର ଡି ଡ଼ି ଛକ ଦେଇ ସୁଣ୍ଢିକୋଣ ଦେଇ ଯାଉଥିବା ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇ ଘର ଭିତରକୁ ପଳାଇଥିଲେ । ଏହା ପୂର୍ବରୁ ଏହି ଦନ୍ତା ହାତୀ ବଣାଇ ସହରକୁ ପଶିଥିବାରୁ ଆଜି ରାସ୍ତା ଦେଖି ହାତୀଟି ବଣାଇ, ତଳିତା, ଜକେଇକେଲା,ବଡପୋଷ ଗ୍ରାମମାନଙ୍କରେ ପସିଛି। ବନବିଭାଗ ଏହି ହାତୀକୁ ବାହାରକୁ ନନେବାର ବିଫଳ ହୋଇଥିବା ନେଇ ଜନ  ଅସନ୍ତୋଷ ପ୍ରକାଶ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.