Below header

ଅତିକ ଅହମ୍ମଦ ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି, ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ପୋଲିସ ହେପାଜତରେ ଥିବା ବେଳେ ତାକୁ ଅତି ନିକଟରୁ ଗୁଳିମାଡ଼ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତିକ ଅହମ୍ମଦ ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ସେ ହିଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା

କେନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା । ସାମ୍ବାଦିକ ବେଶରେ ଅତିକକୁ ହତ୍ୟା । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅସରଫକୁ ମେଡିକାଲ ଯାଞ୍ଚ ପାଇଁ ନେବାବେଳେ ହତ୍ୟାକାଣ୍ଡ । ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ । କ୍ୟାମେରା ମଧ୍ୟ ଅନ ଥିଲା । ତେବେ ହଠାତ ୩ ଯୁବକ ଭିଡ଼ ଭିତରେ ଧସେଇ ପଶିବା ସହ ସର୍ବସମ୍ମୁଖରେ ଅତିକ ଓ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ । ପ୍ରଥମ ଗୁଳିଟି ଅତିକଙ୍କ ମୁଣ୍ଡରେ ବାଜିବାରୁ ସେ ଟଳି ପଡ଼ିଥିଲା ।

ସେହିପରି ଦ୍ୱିତୀୟ ଗୁଳିରେ ଅଶରଫ ପ୍ରାଣ ହରାଇଛି । ୩ ଅଭିଯୁକ୍ତ ଲଭଲେଶ ତିଓ୍ଵାରୀ, ଅରୁଣ ମୋର୍ଯ୍ୟ ଓ ସନି କାସଗଂଜ ନକଲି ଆଇକାର୍ଡ, ବୁମ୍‌ ଧରି ନକଲି ସାମ୍ବାଦିକ ବେଶରେ ଆସିଥିଲେ । ଏପରିକି ଆସିଥିବା ପଲସ୍‌ର ବାଇକ୍‌ର ନମ୍ବର ପ୍ଲେଟ ମଧ୍ୟ ନକଲି ଥିଲା । ୩ ଅଭିଯୁକ୍ତ ବଡ ମାଫିଆ ହେବାକୁ ଚାହୁଁଥିବା ପୋଲିସ ଆଗରେ କହିଛନ୍ତି । କେତେ ଦିନ ଯାଏଁ ଛୋଟ ସୁଟର ହୋଇ ରହିବୁ । ବଡ଼ ମାଫିଆ ହେବାକୁ ହତ୍ୟାକାଣ୍ଡ କରିଛୁ ବୋଲି କହିଛନ୍ତି ଅଭିଯୁକ୍ତ । ଗୁଳିମାଡ଼ ପରେ ୩ଜଣ ପୋଲିସ ପାଖରେ ସଙ୍ଗେ ସଙ୍ଗେ ଆତ୍ମସର୍ମପଣ କରିଥିଲେ ।

 

ଆତିକ୍‌ ଓ ତାର ଭାଇକୁ ପୋଲିସ ଉପସ୍ଥିତିରେ କ୍ୟାମେରା ସାମନାରେ ଗୁଳି କରିଥିଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି । ହାଇଆଲର୍ଟରେ ଅଛିି ପୋଲିସ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟିକ ତଦନ୍ତ କମିଶନ ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁଳିମାଡ଼ ବେଳେ ଅତିକ ଅହମ୍ମଦ ହାତରେ ହାତକଡ଼ି ପଡ଼ିଥିଲା । ପୋଲିସ ହେପାଜତରେ ଥିବା ବେଳେ ତାକୁ ଅତି ନିକଟରୁ ଗୁଳିମାଡ଼ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତିକ ଅହମ୍ମଦ ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ସେ ହିଁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ଉମେଶ ପାଲକୁ ଅତିକର ପୁଅ ଅସଦ ଓ ଜଣେ ସହଯୋଗୀ ହତ୍ୟା କରିଥିଲେ । ଦୁଇ ଦିନ ପୂର୍ବରୁ ଝାନସୀରେ ଅତିକର ପୁଅ ଓ ତାର ସହଯୋଗୀକୁ ଏନକାଉଣ୍ଟର କରିଥିଲା ପୋଲିସ । ଗତକାଲି ପୁଅର ଶେଷକୃତ୍ୟ ଥିବା ବେଳେ ବାପାକୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଗ୍ୟାଙ୍ଗଷ୍ଟରରୁ ନେତା ପାଲଟିଥିଲା ଅତିକ ଅହମ୍ମଦ । ତା ନାଁରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଥିଲା । ଭାଇ ଅସରଫ ନାଁରେ ୫୭ରୁ ଅଧିକ ମାମଲା ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.