ସମ୍ବଲପୁରରେ କର୍ଫ୍ୟୁ ଭିତରେ ହେବ ପରୀକ୍ଷା, ପିଲାମାନେ ଆଡମିଟ କାର୍ଡ ଦେଖାଇ ଯାଇପାରିବେ

ପରୀକ୍ଷା ପାଇଁ ସକାଳେ ଓ ଅପରାହ୍‌ଣରେ ଦୁଇ ଘଣ୍ଟା ଲେଖାଏ କର୍ଫ୍ୟୁ କୋହଳ କରାଯାଇଛି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଓ ଅପରାହ୍‌ଣ ୪ଟାରୁ ୬ଟା ଯାଏ କୋହଳ କରାଯିବ କଟକଣା ।ପରୀକ୍ଷାର୍ଥୀ ଆଡମିଟ କାର୍ଡ ଦେଖାଇ ଯାଇପାରିବେ ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିଥିଲେ ବି ପରୀକ୍ଷା ହେବ । ଆଜି ହେବାକୁ ଥିବା ସିଡିଏସ୍‌ ଓ ଏଏସ୍‌ଓ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ପରୀକ୍ଷା ପାଇଁ ସକାଳେ ଓ ଅପରାହ୍‌ଣରେ ଦୁଇ ଘଣ୍ଟା ଲେଖାଏ କର୍ଫ୍ୟୁ କୋହଳ କରାଯାଇଛି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଓ ଅପରାହ୍‌ଣ ୪ଟାରୁ ୬ଟା ଯାଏ କୋହଳ କରାଯିବ କଟକଣା ।

ପରୀକ୍ଷାର୍ଥୀ ଆଡମିଟ କାର୍ଡ ଦେଖାଇ ଯାଇପାରିବେ । ସେମାନଙ୍କ ସହ ଜଣେ ଅଭିଭାବକ ଯିବା ଆସିବା କରିପାରିବେ । ପିଲାଙ୍କ ଯାତାୟାତ ପାଇଁ ପ୍ରଶାସନ ଯୋଗାଇ ଦେବ ବସ୍‌ ସେବା । ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ପରୀକ୍ଷାକେନ୍ଦ୍ରକୁ ବସ୍‌ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରାଯାଇଛି ହେଲପ୍‌ ଲାଇନ୍‌ ନମ୍ବର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.