ତେଲ କମ୍ପାନୀକୁ ଋଣ ମାଗିଲେ ସବୁ ଏୟାରଲାଇନ୍ସ

ନୂଆଦିଲ୍ଲୀ : ତୈଳ କମ୍ପାନୀଙ୍କୁ ଋଣ ମାଗିଲେ ସବୁ ଏୟାରଲାଇନ୍ସ । ବର୍ଦ୍ଧିତ ତୈଳ ଦର ଯୋଗୁ ବହୁତ କ୍ଷତି ସହିବାକୁ ପଡୁଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ବିମାନ କମ୍ପାନୀ ଗୁଡିକର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି ଏୟାରଲାଇନ୍ସ । ପ୍ରତିଯୋଗୀତା ପାଇଁ ଯାତ୍ରୀ ଭଡା ବଢୁନାହିଁ । ତେଣୁ ତୈଳ କମ୍ପାନୀ ଗୁଡିକ ଋଣ ଦେବା ଆବଶ୍ୟକ ବୋଲି କୁହାଯାଇଛି ।

fiplane

ଏନେଇ ଫେଡେରେସନ ଅଫ୍‌ ଇଣ୍ଡିଆନ୍‌ ଏୟାର ଲାଇନ୍ସ ବା FIA ଚିଠି ଲେଖିଛି । FIAରେ ଅଛନ୍ତି ଜେଟ୍‌ ଏୟାରେଓ୍ଵଜ୍‌, ଇଣ୍ଡିଗୋ, ସ୍ପାଇସ୍‌ ଜେଟ୍‌ ଓ ଗୋ ଏୟାର । ଜେଟ୍‌ର ଆର୍ଥିକ ଅବସ୍ଥା ଏବେ ବହୁତ ଖରାପ ରହିଛି । ୮୦ ପ୍ରତିଶତ ଉଡାଣ ଏହି ଏୟାର ଲାଇନ୍ସମାନଙ୍କ ଦ୍ୱାରା ଚାଲିଛି । FIAର ଚିଠି ପରେ ଏବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.