Below header

ପ୍ରଥମ ଟି-୨୦ : ଭାରତ ଆଗରେ ୧୭ ଓଭରରେ ୧୭୪ ରନ୍‌ର ଲକ୍ଷ୍ୟ

ବ୍ରିସବେନ୍‌ : ବର୍ଷା ଯୋଗୁଁ ଗାବାରେ ଖେଳା ଯାଉଥିବା ପ୍ରଥମ ଟି-୨୦ ୨୦ରୁ ୧୭ ଓଭରକୁ କମାଇ ଦିଆଯାଇଛି । ଏହି ଓଭର ମଧ୍ୟରେ ଜିତିବା ପାଇଁ ଭାରତକୁ ୧୭୪ ରନ୍‌ କରିବାକୁ ହେବ । ବର୍ଷା ଯୋଗୁଁ ଓଭର ସଂଖ୍ୟା ସିନା ୧୭ରୁ କମାଇ ଦିଆଗଲା ହେଲେ ବର୍ଷା ନିୟମ ଯୋଗୁଁ ଭାରତ ପାଇଁ ଟାର୍ଗେଟ୍‌ ୧୫୯ ରନ୍‌ ଜାଗାରେ ହେଲା ୧୭୪ ରନ୍‌ ।
ଅଜି ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ୧୭ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୫୮ ରନ୍‌ କରିଛି । ଅଧିନାୟକ ଆରୋନ୍‌ ଫିଞ୍ଚ ୨୪ ବଲ୍‌ରେ ୨୭, କ୍ରିସ୍‌ ଲିନ୍‌ ୨୦ ବଲ୍‌ରୁ ୩୭ ରନ୍‌ (୧ ଚୌକା, ୪ ଛକା) ଏବଂ ଗ୍ଲେନ୍‌ ମାକ୍ସେଓ୍ଵଲ ୨୪ ବଲ୍‌ରୁ ୪୬ (୪ ଛକା) ଏବଂ ମାର୍କସ ଷ୍ଟୋଇନିସ୍‌ ୧୯ ବଲ୍‌ରୁ ଅପରାଜିତ ୩୩ ରନ୍‌ (୩ ଚୌକା, ୧ ଛକା) କରିଥିଲେ । ଭାରତ ପକ୍ଷରୁ ଖଲିଲ ଅହମଦ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।
ପରେ ୨ ଓଭର ଭିତରେ ଭାରତ ୧୮ ରନ୍‌ ସଂଗ୍ରହ କରି ସାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.