ଭାରତର ଏହି ଅଂଶରେ ୨୦୦ଟଙ୍କା ଲୁଣ ଏବଂ ୨୫୦ ଟଙ୍କା କିଲେ ଚିନି, କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ମାନଚିତ୍ରରେ ଦେଖିବାକୁ ଗଲେ ଏହି ସ୍ଥାନଟି ଭାରତର ହିଁ ଅଂଶ କିନ୍ତୁ ଏହା ସାଧାରଣ ଭାରତ ନୁହଁ। ଏଠାରେ ଦାକାନରେ ମିଳୁଥିବା ଖାଇବା ଲୁଣ ୧୮- ୨୦ ଟଙ୍କାରେ ନୁହଁ ବରଂ ୨୦୦ ଟଙ୍କା ପ୍ଯାକେଟରେ ବିକ୍ରି ହୋଇଥାଏ। ଆଜ୍ଞା ହଁ , ଆପଣ ଠିକ ପଢ଼ିଛନ୍ତି ଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ରହିଥିବା ବିଜୟ ନଗର ଜଙ୍ଗଲରେ ପରିପୂର୍ଣ୍ଣ ଏହି ସ୍ଥାନ ପ୍ରକୃତିକ ସୌନ୍ଦର୍ଯ୍ଯରେ ଭରପୁର। କିନ୍ତୁ ଅପଣ ଜାଣି ଆଶ୍ଚର୍ଯ୍ଯ ହେବେ ଏଠାରେ ଖାଇବା ଚିନିର ମୂଲ୍ଯ ୨୫୦ କିଲୋ ଭାବେ ବିକ୍ରି ହୋଇଥାଏ।

vijaya

ଦେଶର ଏହି ଅଂଶ ମାନଚିତ୍ରରେ ଦେଶରୁ ଭିନ୍ନ ନଜର ଆସିଥାଏ। ବିଜୟ ନଗରକୁ ତିନି ପାର୍ଶ୍ବରୁ ମିଆମାର ଘେରି ରହିଛି। ଏହା ଦେଖିବାକୁ ଭାରତ ମାନଚିତ୍ରର ଏକ ଆଙ୍ଗୁଠି ମିଆମାର ଉପରେ ରହିଥିବା ଭଳି ନଜର ଆସିଥାଏ। ଏହା ପ୍ରକୃତିକ ସୌନ୍ଦର୍ଯ୍ଯରେ ଭରପୁର ରହିଥିଲେ ହେଁ ଏଠାରେ ଦୈନିକ ଜୀବନ ନିର୍ବାହ କରିବା କାଠିକର ପାଠ।

soilder 2

ଏଠାରେ ରାସ୍ତାଘାଟର ନାଁ ନଥିବା ବେଳେ ଏହି ସ୍ଥାନକୁ ପହଞ୍ଚିବା ପାଇଁ ୬ଦିନ ଚାଲିଚାଲି ଯିବାକୁ ପଡ଼ିଥାଏ। କିନ୍ତୁ ଏତେ ବାଟ ଚାଲି ନିଜ ପେଟ ପୁରାଇବାକୁ ଗଲା ସମୟରେ ଆପଣଙ୍କ ପକେଟରେ ପର୍ଯ୍ଯନ୍ତ ପରିମାଣର ଟଙ୍କା ରହିବା ନିହାତି ଜରୁରୀ। କାରଣ ଲୁଣ ଠୁ ଆରମ୍ଭ କରି ତେଲ ପର୍ଯ୍ଯନ୍ତ ଏଠାରେ ନାହିଁ ନଥିବା ମହଙ୍ଗା। ସାଧାରଣ ରିଫାଇନ ତେଲ ଏଠାରେ ୫୦୦ଟଙ୍କା ଲିଟର ବିକ୍ରି ହୋଇଥାଏ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଅପ୍ରିତିକର ପରିସ୍ଥିତି ସହ ଲଢ଼ି ନିଜ ଜୀବନ ବିତାଉଥିବା ଲୋକ କୌଣସି ସାଧାରଣ ଜନତା ନୁହଁନ୍ତି। ବରଂ ସେମାନେ ହେଉଛନ୍ତି ଭାରତୀୟ ସେନାରେ ଦେଶ ପାଇଁ ଲଢ଼ୁଥିବା ଅବସରପ୍ରାପ୍ତ ଯବାନ। ଦେଶର ସୁରକ୍ଷା ପାଇଁ ଲଢ଼ୁଥିବା ଏହି ଯବାନ(ଆସାମ ରାଇଫଲର) ମାନଙ୍କୁ ପରବର୍ତ୍ତି ଜୀବନରେ ପୁଣି ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ଏହି ଚିତ୍ର ଦେଖିଲେ ବାସ୍ତବରେ ଲୋମଟାଙ୍ଗୁରି ଉଠିବ।

Panaromic

କିପରି ହେଲା ବିଜୟ ନଗର ଏବଂ କଣ ରହିଛି ଏପରି ପରିସ୍ଥିତିର କାରଣ ?

୧୯୬୧ ମସିହାରେ ଚାଇନାର ଭାରତ ଆକ୍ରମଣ ପ୍ରସ୍ତୁତି ସମୟରେ ଆସାମ ରାଇଫଲର ଏକ ଦଳ ସେଠାରେ ପହଞ୍ଚିଥିଲା। ଯାହାର ମୁଖ୍ଯ ରହିଥିଲେ ଜେନେରାଲ ଅଗୁବାଇ ମେଜର ନରଲ ଏ ଏସ ଗୁଆରୟା। ଯାହାପରେ ସେ ସେଠାରେ ଆସାମ ରାଇଫଲର ରିଟାଏର ଜବାନଙ୍କୁ ସେଠାରେ ରଖିଦେଇଥିଲେ।

soilder

ଭାରତର ଚେଷ୍ଠା ରହିଥିଲା କି ବିଜୟ ନଗରକୁ ନିଜ ହାତରେ ରଖିବାକୁ। ଏଣୁ ସେଠାରେ ଭାରତୀୟ ଲୋକଙ୍କୁ ରଖିବା ସହ ସେହି ସ୍ଥାନକୁ ସୁରକ୍ଷିତ ରଖାଯାଇଥିଲା। ଏପରକି ଭାରତୀୟ ବାୟୁ ସେନା ଏବଂ ଆସାମ ରାଇଫଲ ଦ୍ବାରା ବହୁମାତ୍ରାରେ ଲୋକଙ୍କ ଆବଶ୍ଯକତା ପୂରା କରିବାକୁ ଚେଷ୍ଠା କରାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ।

ବର୍ତ୍ତମାନର ଭାରତରେ ସମସ୍ତେ ଡିଜିଟାଇଲାଇଜେସନ୍ ଆଡକୁ ଗତି କରୁଥିବା ବେଳେ ସ୍ବାଧିନ ଭାରତର ବିଜୟ ନଗରକୁ ଦେଖିଲେ ଆପଣଙ୍କୁ ପରାଧିନ ଭାରତ ଭଳି ଅନୁଭବ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.