Below header

କୋଭିଡ ଟିକା ନେବା ପରେ ପିଇ ପାରିବେ ନାହିଁ ମଦ, ଜାଣନ୍ତୁ ଏହା ପଛର କାରଣ କଣ?

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ଟିକା ନେବା ପରେ ମଦ୍ୟପାନ ମନା। ରୁଷର ନାଗରିକଙ୍କ ପାଇଁ କୋଭିଡ ଟିକା ନେଇ ଏଭଳି ପରାମର୍ଶ ଦିଆଯାଇଛି। ରୁଷ ନିର୍ମିତ ସ୍ପୁଟନିକ- ଭି ଟିକା ନେବା ପରେ ଦୁଇମାସ ମଦ୍ୟପାନ ନକରିବାକୁ ପରାମର୍ଶ ଦେଇଛନ୍ତି କଞ୍ଜୁମର ହେଲ୍‌ଥ ସଂସ୍ଥାର ମୁଖ୍ୟ ଆନା ପୋପୋଭା। ପ୍ରଥମ ଟିକା ନେବାର ୨୧ଦିନ ପରେ ଦ୍ୱିତୀୟ ଟିକା ଦିଆଯାଉଛି। ଟିକା ନେବା ପରେ ଶରୀରରେ କୋଭିଡ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କିନ୍ତୁ ମଦ୍ୟପାନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇପାରିନଥାଏ।

ଏଥି ପାଇଁ ଅନ୍ତତଃ ୪୨ ଦିନ ପାଇଁ ମଦ୍ୟପାନ ନକରିବାକୁ କୁହାଯାଇଛି। ସ୍ପୁଟନିକ ଭି ଟିକା ନେବା ସମୟରେ ନୂଆବର୍ଷ ପାଳନ ଚାଲିଥିବ। ବିଶ୍ୱରେ ରୁଷ ନାଗରିକମାନେ ସର୍ବାଧିକ ମଦ୍ୟପାନ କରୁଥିବାର ଏହି ସମୟରେ ମଦ୍ୟପାନରୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ଆଉ କେତେକ ବିଶେଷଜ୍ଞ ଏଥିରେ ସହମତ ହୋଇନାହାନ୍ତି। ଗୋଟିଏ ଗ୍ଲାସ ସାମ୍ପେନ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.