Below header

ମୋଦିଙ୍କ ଆହ୍ୱାନକୁ ପାଳିଲା ସାରା ଭାରତ,୯ ମିନିଟର ପ୍ରକାଶର ଶକ୍ତିକୁ ଅନୁଭବ କରି ଦେଶବାସୀଙ୍କ ନିରାମୟ କାମନା କଲେ ଲୋକେ

କେନ୍ୟୁଜ(ବ୍ୟୁରୋ): ଆଜି ଦୀପାବଳି ନଥିଲା ହେଲେ ସାରା ଦେଶରେ ଥିଲା ଦୀପାବଳିର ପରିବେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ପାଳିଲା ସାରା ଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି।

PRESIDENT

କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି ଆସ୍ବାଶନା ଦେଇଥିଲେ ମୋଦି। ଘଣ୍ଟାରେ ୯ ବାଜିବା କ୍ଷଣି ଦୁଆରେ ଓ ବାଲକୋନୀରେ ଲୋକେ ଦୀପ ଓ କ୍ୟାଣ୍ଡେଲ ଲଗାଇ କରୋନା ଆକ୍ରାନ୍ତ ଓ ଦେଶକୁ ଏହି ମହାମାରୀରୁ ମୁକ୍ତି ପାଇଁ କାମନା କରିଥିଲେ।

MODI-1

ସାମାଜିକ ଦୂରତାକୁ ବଜାୟ ରଖି ସମସ୍ତେ ନିଜ ଦ୍ୱାର ଓ ବାଲକୋନୀରେ ଜ୍ୟୋତି ପ୍ରଜ୍ବଳନ କରିଥିଲେ। କରୋନା ବିରୋଧୀ ଯୁଦ୍ଧରେ ଏକତାର ବାର୍ତ୍ତା ଦେବାକୁ ଦୀପ ଜାଳିଲା ସାରା ଭାରତ ।ତେବେ ଅନେକ ସ୍ଥାନରେ ଲୋକେ ଦୀପ, ମହମବତୀ ଓ ଲାଇଟ ଜାଳିବା ସହିତ ବାଣ ବି ଫୁଟାଇବା ଦେଖା ଯାଇଥିଲା । ଅନେକ ଲୋକ ଏହି ସମୟରେ ବିଭିନ୍ନ ମନ୍ତ୍ର ପାଠ କରୁଥିବା ଦେଖିବାକୁ ମିଳିଥିଲା ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.