Below header

ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ,କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି

ଗଞ୍ଜାମ(କେନ୍ୟୁଜ): କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର କଡା ନିଷ୍ପତ୍ତି । ବିନା ମାସ୍କରେ ବାହାରକୁ ବାହାରୁଥିଲେ ଦେବାକୁ ପଡିବ ଜରିମାନା। ଯିଏ ବିନା ମାସ୍କରେ ଘରୁ ବାହାରିବ ତାଙ୍କୁ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ସେମାନେ ମଧ୍ୟ ହଜାରେ ଟଙ୍କା ଜରିମାନା ଦେବେ ।ଟ୍ୱିଟ କରି ସୂଚନା ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ସମାନ ଭାବେ ଗ୍ରାମାଞ୍ଚଳରେ ଯଦି କେହି ମାସ୍କ ନପିନ୍ଧିବେ ତେବେ ସେମାନେ ଗଣିବେ ୫୦୦ ଟଙ୍କାର ଫାଇନ । ତେବେ ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ଆପଣ ରୁମାଲ କିମ୍ବା କୌଣସି କପଡା ବ୍ୟବହାର କରି ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.