ଅନ୍ୟ ଅଂଚଳ ଠାରୁ କାହିଁକି ଅଲଗା କଣ୍ଟେନମେଣ୍ଟ ଜୋନ, ଏ ସମ୍ପର୍କରେ ଜାଣନ୍ତୁ

ଯେଉଁ ଅଂଚଳରୁ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବେ ସେହି ଅଂଚଳକୁ ହଟସ୍ପଟ ଘୋଷଣା କରାଯିବ । ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ନିଆଯିବ । ସରଳ ଭାବେ କହିଲେ ଏହି ଅଂଚଳକୁ କ୍ଵରେଣ୍ଟାଇନରେ ରଖାଯିବ । ସେହି ଅଂଚଳକୁ ଚାରି ପଟରୁ ବ୍ୟାରିକେଡ଼ ଦ୍ୱାରା ବନ୍ଦ କରାଯାଇ ରୋଗକୁ ଗୋଟିଏ ନିର୍ଦିଷ୍ଟ ଅଂଚଳ ଭିତରେ ସୀମିତ ରଖାଯିବ । ସଂକ୍ରମିତଙ୍କ ଦ୍ୱାରା ଅନ୍ୟ କେହି ସଂକ୍ରମଣର ଶିକାର ହୋଇଛନ୍ତି କି ନାହିଁ ତାହା ଦେଖାଯାଏ । ଅନ୍ୟ ଅଂଚଳ ଠାରୁ ଏହାକୁ ଅଲଗା କରାଯାଇ ସ୍ଵଛ ଏବଂ ସଂକ୍ରମଣ ଦୂର କରିବାର ପଦ୍ଧତି ଗ୍ରହଣ କରାଯାଏ ।

SAPHEI

ଏହା ସହିତ ସେଠାକାର ଲୋକ ବାହାରକୁ ଆସିବେ ନାହିଁ ଏବଂ ବାହାର ଲୋକ ଭିତରକୁ ଯିବେ ନାହିଁ । ମେଡିକାଲ ଟିମ ସେହି ଅଂଚଳରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ସେଠି ରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ସମସ୍ତ ଆବଶ୍ୟକ ଜିନିଷ ପତ୍ର ଯୋଗାଇ ଦେବେ । ତେବେ ଏହି ଅଂଚଳ ଭିତରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯିବ । କେହି ସନ୍ଦିଗ୍ଧ ବାହାରିଲେ ତାଙ୍କୁ ଆଇଶୋଲେସନରେ ରଖାଯିବ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ଵରେଣ୍ଟାଇନରେ ରଖାଯିବ । କଣ୍ଟେନମେଣ୍ଟ ନେଇ ଜିଲ୍ଲାପାଳ ଏବଂ ପୌର ପୌର ଅଧିକାରୀ ନିଷ୍ପତ୍ତି ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.