ପ୍ରଚଣ୍ଡ ଖରା ଦାଉରୁ ରକ୍ଷାକଲା ପାରଳାଖେମୁଣ୍ଡି ପୌରପାଳିକା, ନୂଆକରି ଖୋଲା ଯାଇଥିବା ଦୈନିକ ବଜାରର ପରିବା ବ୍ୟବସାୟୀଙ୍କୁ କଲା ଛତା ବଣ୍ଟନ

ଗଜପତି (କେନ୍ୟୁଜ): କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶକୁ ସରକାର ଲକଡାଉନ ଘୋଷଣା କରିବା ପରେ ଅତିଆବଶ୍ୟକ ସାମଗ୍ରୀ ପାଇଁ ସରକାର ଲୋକଙ୍କୁ କିଛି ସହରରେ କିଛି ସମୟ ପାଇଁ ମାକେର୍ଟିଙ୍କ କରିବାକୁ କୋହଳ କରିଛନ୍ତି । କିନ୍ତୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ନିୟମ କଡାକଡି କରିଛନ୍ତି । ଯାହାକୁ ନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରହିଥିବା ଦୈନିକ ପରିବା ବଜାର ଅତ୍ୟଧିକ ଗହଳି ପରିସ୍ଥିତିକୁ ଏଡାଇବା ପାଇଁ ପାରଳାଖେମୁଣ୍ଡି ପୌରପାଳିକା ସ୍ଥାନୀୟ ହାଟପଦା ଠାରେ ନୂତନ ପରିବା ବଜାର ଆରମ୍ଭ କରିଥିଲେ । ଯେଉଁଠାରେ ସାମାଜିକ ଦୂରତା ରକ୍ଷା କରିବା ନୀୟମକୁ ଲାଗୁକରିବା ସହ ବ୍ୟବସାୟୀମାନଙ୍କୁ ରୌଦ୍ରତାପ ରକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ପୌରପାଳିକା ୧୦୦ଗୋଟି ଛତାର ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ବ୍ୟବସାୟୀମାନେ ବେଶ ଖୁସୀ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସୁବିଧା ପ୍ରଶାସନ ଯୋଗଇଦେଉ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.