ଆଜି ସର୍ବଦଳୀୟ ବୈଠକ, ଆସନ୍ତାକାଲିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ

ଦିଲ୍ଲୀ(କେନ୍ୟୁଜ୍) : ଆସନ୍ତାକାଲିଠାରୁ ସଂସଦର ଶୀତ ଅଧିବେଶନ । ତା ପୂର୍ବରୁ ଆଜି ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଉଭୟ ଗୃହକୁ ସୁରୁଖୁରୁରେ ଚଳାଇବାକୁ ସରକାର ପ୍ରୟାସ କରୁଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ, ଏହା ସଂସଦର ଶେଷ ପୂର୍ଣ୍ଣକାଳୀନ ଅଧିବେଶନ । ତେଣୁ ଗୃହ ଭିତରେ ସରଗରମ ଆଲୋଚନା ହେବ । ୫ଟି ରାଜ୍ୟ ନିର୍ବାଚନ ଫଳାଫଳ ଆସିବ । ଏହାସହ ଆଗକୁ ରହିଛି ୨୦୧୯ ନିର୍ବାଚନ । ତେଣୁ ୫ରାଜ୍ୟର ଫଳାଫଳର ପ୍ରଭାବ ସଂସଦର କାର‌୍ୟ୍ୟ ଉପରେ ପଡିବା ସମ୍ଭାବନା ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ସହ କଂଗ୍ରେସ ସିଧା ଟକ୍କର ହୋଇଛି ।

କ୍ତଏହାସହ ତେଲେଙ୍ଗାନାରେ କଂଗ୍ରେସର ମହାକୁଟୁମି ପରୀକ୍ଷା ହେଉଛି । ମିଜୋରାମରେ ମଧ୍ୟ ଆଞ୍ଚଳିକ ଦଳ କଂଗ୍ରେସକୁ ଟକ୍କର ଦେଉଛି । ଏଥର ସରକାର ଟ୍ରିପଲ ତଲାକ ସଂପର୍କିତ ବିଲ୍‌ ରାଜ୍ୟସଭାରେ ପାସ୍‌ କରାଇବାକୁ ଉଦ୍ୟମ କରିବେ । ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଛି । କିନ୍ତୁ ରାଜ୍ୟସଭାରେ ଅଟକି ଯାଇଛି । ସାଧାରତଃ ଶୀତ ଅଧିବେଶନ ନଭେମ୍ବର ମାସରେ ଆରମ୍ଭ ହୁଏ । କିନ୍ତୁ ଲଗାତର ଦୁଇ ବର୍ଷ ହେଲା ଏହି ଡିସେମ୍ବରେ ମାସରେ ଅଧିବେଶନ ଆରମ୍ଭ ହେଉଛି । ଏଥର, ନିର୍ବାଚନ ଯୋଗୁଁ ଅଧିବେଶନ ବିଳମ୍ବରେ ଆରମ୍ଭ ହେଉଛି ।

Leave A Reply

Your email address will not be published.