ସୁପ୍ରିମ୍‌କୋର୍ଟରେ ସିବିଆଇ ମାମଲାର ଶୁଣାଣି, ୧୦ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ସାରିବା ପାଇଁ ସିଭିସି କୁ ନିର୍ଦ୍ଦେଶ 

ଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେବେ ସିବିଆଇ ମାମଲାର ତଦନ୍ତ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆସିଥିବା ମାମଲାର ଯାଞ୍ଚକୁ ୧୦ ଦିନ ଭିତରେ ସାରିବେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ବା ସିଭିସି ।

alokverma-ସୁପ୍ରିମକୋର୍ଟଙ୍କ ଅସବରପ୍ରାପ୍ତ ବିଚାରପତି ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସିଭିସି ତଦନ୍ତ କରିବେ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଦାୟର କରିଥିବା ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ।

m nageswar

ସେହିପରି କୋର୍ଟ କହିଛନ୍ତି ଯେ, କାର୍ଯ୍ଯକାରୀ ନିର୍ଦ୍ଦେଶକ ଏମ୍‌. ନାଗେଶ୍ୱର ରାଓ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସେ କେବଳ ରୁଟିନ୍‌ କାମର ତଦାରଖ କରିବେ । ଅଧ ରାତିଆ ବିଦା କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।

Arun-Jaitleyସୁପ୍ରିମକୋର୍ଟ ରାୟକୁ ସ୍ୱାଗତ କରିଛନ୍ତି ଅରୁଣ ଜେଟଲୀ। ନିଜ ପ୍ରତିକ୍ରୀୟାରେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଦନ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଛ କରିବ। ସରକାର କୌଣସି ବ୍ୟକ୍ତି ବିଶେଷର ସପକ୍ଷ କିମ୍ବା ବିପକ୍ଷରେ ନାହାନ୍ତି। ସରକାର ଚାହୁଁଛନ୍ତି, ସାମ୍ବିଧାନିକ ମର୍ଯାଦା ବଜାୟ ରହୁ।