ସରକାରୀ କଟକଣାକୁ ଫୁ: କରୋନା ସଂଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ଷ୍ଟାଫ ଖୋଲା ଜାଗାରେ ଫୋପାଡିଲେ ଗ୍ଳୋବ୍ସ

କାରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର। କାରୋନା ଭାଇରସ ସହ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅପିଲ କରୁଛନ୍ତି। ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରି କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି। କିନ୍ତୁ କିଛି ଲୋକଙ୍କ ସାମାନ୍ୟ ଅବହେଳା ଏହି ରୋଗକୁ ବ୍ୟାପିବାରେ ନିଆଁରେ ଘିଅ ଢାଳିବା ଭଳି କାମ କରୁଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି।

ଯେଉଁ ଭିଡିଓକୁ ଦେଖିଲେ ଆପଣଙ୍କର ବି ରକ୍ତ ଗରମ ହୋଇଯିବ। ଭିଡିଓଟି ହେଉଛି ମୁମ୍ବାଇର ବିନ୍ଦ୍ରା କମ୍ପ୍ଲେକ୍ସ, ମହାକାଳୀ ଅଂଧେରୀର ଅଟେ। ଯେଉଁଠି କାରୋନା ଭାଇରସ ସନ୍ଦିଗ୍ଧ ରୋଗୀଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଷ୍ଟାଫ ନିଜ ହାତରେ ପିନ୍ଧିଥିବା ଗ୍ଲୋଭସକୁ ବାହାର କରି ସର୍ବସାଧାରଣ ସ୍ଥାନରେ ପକାଇ ଦେଇ ଚାଲିଗଲେ। ଷ୍ଟାଫ ଜଣଙ୍କ ଗୋଟେ ଥର ଚିନ୍ତା ବି କଲେନି ଯେ ତାଙ୍କର ଏହି ଛୋଟିଆ ଦାୟିତ୍ୱହୀନତା ପାଇଁ କେତେ ଲୋକ ଅସୁବିଧାରେ ପଡିପାରନ୍ତି।

ଦେଶରେ କାରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ କାରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ଜଣେ କାରୋନା ସଂକ୍ରମିତ ମହିଳା ଏବଂ ଜଣେ ସନ୍ଦିଗ୍ଧ ମାମଲାରେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ସେହିପରି ସାଙ୍ଗଲୀରେ ୧୨ ନୂଆ ମାମଲା ସାମ୍ନାକୁ ଆସିଛି। ଏବେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୧୫୩ରେ ପହଁଚିଛି।

ତେବେ ଏହି ଭିଡିଓକୁ ଦେଖି ସେଇମାନେ ନିହାତି ସଚେତନ ଆଉ ସତର୍କ ହୋଇଯାନ୍ତୁ ଯେଉଁମାନେ ବିନା କୌଣସି କରଣରେ ଘରେ ନ ରହି ବାହାରେ ବୁଲୁଛନ୍ତି। କାହିଁକିନା ଆପଣ ବି ଜାଣିପାରିବେନି ଯେ ବାହାର ଲୋକଙ୍କ ମଧ୍ୟରେ କେହି ବି କାରୋନା ରୋଗୀ ଥାଇପାରନ୍ତି। ଏହି ଘାତକ ମହାମାରୀ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଘରୁ ବାହାରକୁ ବହାରନ୍ତୁ ନାହିଁ। ହାତକୁ ବାରମ୍ବାର ପରିସ୍କାର କରନ୍ତୁ। କାହିଁକିନା ଏମିତି ସାମାନ୍ୟ ଅବହେଳା ପାଇଁ ଆମକୁ ବଡ଼ ବଡ଼ କ୍ଷତି ସହିବାକୁ ପଡିପାରେ।

Leave A Reply

Your email address will not be published.