Below header

ଦୁନିଆର ଏମିତି ଏକ ସ୍ଥାନ ଯେଉଁଠାକୁ ୧୦୦ ବର୍ଷ ହେଲା କେହି ଯାଇନାହାନ୍ତି, ଜୀବଜନ୍ତୁଙ୍କ ପ୍ରବେଶ ଉପରେ ମଧ୍ୟ ଲାଗିଛି ରୋକ୍; କାରଣ ହେଉଛି…

ପ୍ରାୟତଃ କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ। ସେଠାରେ କୌଣସି ବିପଦ ଥିବା ଆଶଙ୍କା କରି ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ୧୦୦ ବର୍ଷ ତଳେ ଲୋକମାନେ ବାସ କରୁଥିଲେ। କିନ୍ତୁ ହଠାତ୍ ଏକ ଏଭଳି ଘଟଣା ଘଟିଲା ଯାହା ପରେ ଲୋକ ସେଠାକୁ ଯିବାକୁ ଭୟ କଲେ। ଏମିତିକି ଜୀବଜନ୍ତୁଙ୍କ ଚଳପ୍ରଚଳ ଉପରେ ମଧ୍ୟ ରୋକ ଲଗାଯାଇଛି।

Grand format Munitions, obus... La « zone rouge » ou la pollution ...

ଏହି ସ୍ଥାନର ନାମ ହେଉଛି ଜୋନ୍ ରୋଗ। ଫ୍ରାନ୍ସର ଉତ୍ତର-ପୂର୍ବ ଅଞ୍ଚଳରେ ସ୍ଥିତ ଏହି ସ୍ଥାନକୁ ଗତ ୧୦୦ ବର୍ଷ ହେଲା କେହି ଯିବା ଆସିବା କରୁନାହାନ୍ତି। କେବଳ ଏତିକି ନୁହେଁ ଏହି ଅଞ୍ଚଳର ସ୍ଥାନେ ସ୍ଥାନେ ଡେଞ୍ଜର ଜୋନ୍ ମଧ୍ୟ ଲେଖାଯାଇଛି। ଏହି ସ୍ଥାନକୁ ଆଉ କେହି କେହି ରେଡ ଜୋନ୍ ମଧ୍ୟ କହିଥାନ୍ତି।

ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଏଠାରେ ପ୍ରାୟ ୯ଟି ଗାଁ ଥିଲା। ସେଠାରେ ଲୋକ ସାଧାରଣ ଜୀବନଯାପନ ମଧ୍ୟ କରୁଥିଲେ। କିନ୍ତୁ ଯୁଦ୍ଧ ବେଳେ ଏଠାରେ ଏତେ ପରିମାଣରେ ଗୁଳିଗୋଳା, ବୋମା ମାଡ଼ ହେଲା ଯେ ସମ୍ପୂର୍ଣ୍ଣ ଗାଁ ଧ୍ୱଂସ ସ୍ତୁପରେ ପରିଣତ ହୋଇଗଲା। ଏଠାରେ ହଜାର ହଜାର ମୃତ ଦେହ ସମେତ ବିଷାକ୍ତ କେମିକାଲ ଯୁକ୍ତ ଯୁଦ୍ଧ ସାମଗ୍ରୀ ଭର୍ତ୍ତି ହୋଇଗଲା।

A poisoned memorial to World War I: The forests of Verdun - CNN

ଫଳରେ କେବଳ ମାଟି ନୁହେଁ ପାଣି ମଧ୍ୟ ବିଷାକ୍ତ ହୋଇଗଲା। ଏତେ ବଡ଼ ଅଞ୍ଚଳର ମାଟି ଓ ପାଣି ସଫା କରିବା ଅସମ୍ଭବ ହୋଇଥିବାରୁ ଏହି ଅଞ୍ଚଳକୁ ବନ୍ଦ କରିଦିଆଯାଇଛି। କୌଣସି ମଣିଷ କି ଜୀବଜନ୍ତୁଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Paul Reed on Twitter: "The Zone Rouge or Red Zone came into being ...

୨୦୦୪ ମସିହାରେ କିଛି ବୈଜ୍ଞାନିକ ଏହି ଅଞ୍ଚଳର ମାଟି ଓ ପାଣିକୁ ପରୀକ୍ଷା କରିଥିଲେ। ମାତ୍ର ଉଭୟ ମାଟି ଓ ପାଣିରୁ ପ୍ରଚୁର ପରିମାଣରେ ଆର୍ସେନିକ ମିଳିଥିଲା। ଏହା ଏତେ ବିଷାକ୍ତ କେମିକାଲ ଯେ ଯଦି ଛୋଟ ଖଣ୍ତ ବି ଶରୀର ଭିତରକୁ ଯାଏ ତେବେ ମାତ୍ର କିଛି ଘଣ୍ଟା ଭିତରେ ବ୍ୟକ୍ତିର ମୃତ୍ୟୁ ଘଟିପାରେ। ଏଣୁ ଏହି ଅଞ୍ଚଳକୁ ବନ୍ଦ ରଖାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.