ସନ୍ଧ୍ୟାରେ ସବୁ ସରକାରୀ ମଦ ଦୋକାନ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ରିଷି କପୁର, ଜାଣନ୍ତୁ କାହିଁକି…

କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବଲିଉଡ୍‌ ଅଭିନେତା ରିଷି କପୁର ସୋସିଆଲ୍‌ ମିଡିଆରେ ସକ୍ରିୟ ହୋଇପଡ଼ିଛନ୍ତି । କରୋନା ପାଇଁ ‘ଜରୁରୀକାଳିନ ’ ଘୋଷଣା କରିବାକୁ ନିକଟରେ ଟ୍ଵିଟରରେ ତାଙ୍କର ମତ ଦେଇଥିଲେ ।

ସନ୍ଧ୍ୟାରେ ଦେଶରେ ସମସ୍ତ ସରକାରୀ ମଦ ଦୋକାନ ଖୋଲିବାକୁ  ଟ୍ଵିଟର ମାଧ୍ୟମରେ ଏହି ଅଭିନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ସେ ଏ ସମ୍ପର୍କରେ ଆହୁରି ଖୋଲା ଖୋଲି ଭାବେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଲୋକେ ଘର ଭିତରେ ବନ୍ଦୀ ହୋଇ ରହିବା ଦ୍ୱାରା ଡିପ୍ରେସନକୁ ଚାଲି ଯାଇପାରନ୍ତି । ସେ ଡାକ୍ତର, ସାଧାରଣ ଜନତା କିମ୍ବା ମିଲିଟାରୀ ଯେ ହୁଅନ୍ତୁ ସମସ୍ତଙ୍କୁ ରିଲାକ୍ସ ହେବା ଦରକାର ।

ଏମିତିରେ ତ ବ୍ଲାକ୍‌ରେ ମଦ ବିକ୍ରି ହେଉଛି । ତାଛଡ଼ା ରାଜ୍ୟ ସରକାରଙ୍କୁ ଏମିତିରେ ତ ଅବକାରୀ ବିଭାଗରୁ ଟଙ୍କା ଦରକାର । ଲୋକେ ତ ପିଉଛନ୍ତି ଏହାକୁ ଆଇନ ସମ୍ମତ କରିବାରେ ଛଳନା କାହିଁକି । ତେଣୁ ସରକାର ଅତି କମ୍‌ରେ ସନ୍ଧ୍ୟାରେ ଥରେ ସରକାରୀ ମଦ ଦୋକାନ ଖୋଲିବାକୁ ରିଷି ପ୍ରସ୍ତାବ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.