ୟୁକ୍ରେନକୁ ପୁଣି ଆମେରିକା କରିବ ସହାୟତା, ଜେଲେନସ୍କିଙ୍କୁ ଭେଟିବା ପରେ ବ୍ଲିଙ୍କେନ ଓ ଅଷ୍ଟିନ୍‌ଙ୍କ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନକୁ ପୁଣି ଆମେରିକାର ସହାୟତା । ଅଧିକ ୭୧୩ ମିଲିଅନ ଡଲାର ସହାୟତା ଘୋଷଣା କଲେ ଆମେରିକାର ଦୁଇ ସଚିବ । ଜେଲେନସ୍କିଙ୍କୁ ଭେଟିବା ପରେ ବ୍ଲିଙ୍କେନ ଓ ଅଷ୍ଟିନ୍‌ ଏହି ଘୋଷଣା କରିଛି । କିଭ୍‌ ଗସ୍ତରେ ଅଛନ୍ତି ଆମେରିକା ବୈଦେଶିକ ଓ ପ୍ରତିରକ୍ଷା ସଚିବ । ଆଣ୍ଟୋନି ବ୍ଲିଙ୍କେନ୍‌ ଓ ଲଏଡ ଅଷ୍ଟିନ୍‌ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କିଭରେ ଭେଟିଲେ । ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରଥମ କ୍ୟାବିନେଟ ସ୍ତରୀୟ ୟୁକ୍ରେନ ଗସ୍ତ । ଆମେରିକା ୟୁକ୍ରେନକୁ ପ୍ରାୟ ୩୦ ହଜାର କୋଟି ସାମରିକ ସହାୟତା ଦେଲାଣି । ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମାଗିଲେ ଜେଲେନସ୍କି । ଗତ ସପ୍ତାହରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.