Below header

ଆମେରିକୀୟ ଭିସା ନିୟମରେ ବଡ଼ ପରିବର୍ତ୍ତନ, ଏଣିକି ଦେବାକୁ ପଡିବ ୫ ବର୍ଷର ସୋସିଆଲ୍‌ ମିଡିଆ ରେକର୍ଡ

ଆମେରିକୀୟ ଭିସା ନିୟମରେ ବଡ଼ ପରିବର୍ତ୍ତନ । ଏଣିକି ଆବେଦନକାରୀଙ୍କୁ ନିଜ ସୋସିଆଲ୍‌ ମିଡିଆର ସୂଚନା ଦେବାକୁ ପଡିବ । ଏନେଇ ନୂଆ ନିୟମ ଜାରୀ କରିଛି ଆମେରିକା ଗୃହ ମନ୍ତ୍ରାଳୟ । ଆମେରିକାର ଭିସା ଚାହୁଁଥିବା ବ୍ୟକ୍ତିଙ୍କୁ ନିଜର ସୋସିଆଲ୍‌ ମିଡିଆ ନା ଏବଂ ୫ ବର୍ଷର ରେକର୍ଡ ଦେବାକୁ ପଡିବ । ଏହା ବ୍ୟତୀତ ନିଜ ଇମେଲ୍‌ ଆଡ୍ରେସ୍‌ ଏବଂ ଫୋନ୍‌ ନମ୍ବର ମଧ୍ୟ ଦେବାକୁ ପଡିବ । ଟ୍ରମ୍ପ ପ୍ରଶାସନ ଚାହିଁଲେ ଆପଣଙ୍କ ଆକାଉଂଟ୍‌ ଯାଂଚ କରିପାରିବେ । ଭିସା ଆବେଦନକାରୀଙ୍କୁ ନିଜର ଗତ ୧୫ ବର୍ଷର ଜୀବନଶୈଳୀ ଏବଂ ହୋଇଥିବା ପରିବର୍ତ୍ତନ ବିଷୟରେ ପଚରାଯାଇପାରେ ।

ତେବେ ଏହି ନିୟମର ପ୍ରସ୍ତାବ ଗତ ବର୍ଷ ଦିଆଯାଇଥିଲା । କିନ୍ତୁ ସେତେେବେଳେ ଅଧିକାରୀ ମାନେ ଅନୁମାନ କରିଥିଲେ ଯେ ଏହି ନିୟମ ଦ୍ୱାରା ପ୍ରତିବର୍ଷ ୧୪.୭ କୋଟି ଲୋକ ପ୍ରଭାବିତ ହେବେ । ତେବେ ଏହି ଜଟିଳ ନୂତନ ନିୟମରୁ କେତେକ ର୍ନିଦ୍ଦିଷ୍ଟ କୂଟନୈତିକ ଓ ସରକାରୀ ଭିସା ଆବେଦନକାରୀ ଛାଡ଼ ପାଇବେ। ତେବେ ଆମେରିକୀୟ ପ୍ରଶାସନର କହିବା ଅନୁଯାୟୀ ନିଜ ଦେଶର ନାଗରିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଭିଜା ନିୟମରେ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.