ବାଲିଗୁଡା ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଲାଗିଲା ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି

ବାଲିଗୁଡ଼ାରେ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳାର ମୁଖ୍ୟ ଫାଟକରେ ଚିଠି ଲଗାଇଛନ୍ତି ମାଓବାଦୀ। ବାଲିଗୁଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ହୋଇଛି। ବାଲିଗୁଡ଼ା ଡିଭିଜନରେ ଦୀର୍ଘ ୧୪ବର୍ଷ ଧରି ଆଦିବାସୀ ଅଞ୍ଚଳର ଦଶକୋଟିରୁ ଅଧିକ ଟଙ୍କା ହରିଲୁଟ ହୋଇଥିବା ଚିଠିରେ କୁହାଯାଇଛି। ଏପରିକି ସହକାରୀ ଯନ୍ତ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ସେ କାହିଁକି ରିଲିଭ ହେଉନାହାନ୍ତି ସେନେଇ ପ୍ରଶ୍ନ କରିଛନ୍ତି। ଧମକ ପୂର୍ଣ୍ଣ ଚିଠି ପରେ ମଧ୍ୟ ବାଲିଗୁଡ଼ାରୁ ରିଲିଭ ନହେଲେ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ବଂଶଧାରା ମାଓ ଡିଭିଜନ ଖମନଖୋଲର ସଂପାଦକ କୁଟ୍ରାମାଝୀଙ୍କ ପକ୍ଷରୁ ଚିଠିରେ ଉଲ୍ଲେଖ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.